ବିଜେଡିରୁ ଶ୍ରୀମୟୀ ମିଶ୍ର ସସ୍‌ପେଣ୍ଡ୍‌

0

ଓଡ଼ିଆ ନ୍ୟୁଜ୍: ବିଜେଡିରୁ ଶ୍ରୀମୟୀ ମିଶ୍ର ସସ୍‌ପେଣ୍ଡ୍‌। ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ। ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ।‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ପ୍ରସଙ୍ଗ ଉଠାଇଥିଲେ।ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀମୟୀ ମିଶ୍ର ଗୋଟିଏ ପରେ ଗୋଟିଏ ସୋସିଆଲ ମିଡ଼ିଆ ପୋଷ୍ଟ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗିପଡ଼ିଥିଲେ। କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ୟାସୀ ଉପାଖ୍ୟାନକୁ ନେଇ ଲେଖିଥିବା ଶ୍ରୀମୟୀ ଗତ ୨୦ ତାରିଖ ଦିନ ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଥିଲେ।

ଦୁର୍ଗାପୂଜା ଓ ମା’ ଦୁର୍ଗାଙ୍କ ଆଗମନ ନେଇ ଶ୍ରୀମୟୀଙ୍କ ଏହି ବାର୍ତ୍ତାରେ ସେ ଉଲ୍ଲେଖ କରିଥିଲେ ଯେ, ‘ଆମ ସଂସ୍କୃତିରେ ଯେଉଁ ସ୍ଥାନରେ ନାରୀମାନେ ସମ୍ମାନିତ ହୁଅନ୍ତି, ସେଠାରେ ଦେବତାମାନେ ଆନନ୍ଦରେ ବାସ କରନ୍ତି। କିନ୍ତୁ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ସମସ୍ତ କାର୍ଯ୍ୟ ନିଷ୍ଫଳ ହୁଏ। ଏହି ଶ୍ଳୋକ ନାରୀର ସମ୍ମାନ ଓ ମର୍ଯ୍ୟାଦାର ମହତ୍ୱକୁ ଦର୍ଶାଏ। ଓଡ଼ିଶାର ସାଂସ୍କୃତିକ ପରଂପରାରେ ମଧ୍ୟ ନାରୀଙ୍କୁ ମା’, ଦେବୀ ଓ ଶକ୍ତି ରୂପେ ପୂଜା କରାଯାଏ, ଯେପରି ଦୁର୍ଗା ପୂଜାରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ।

ବାସ୍ତବରେ ମହିଳା ସହନଶୀଳ ହୋଇଥାନ୍ତି। କିନ୍ତୁ କ’ଣ ଏହା ଜରୁରୀ ଯେ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କ ସହନଶୀଳତାର ପରୀକ୍ଷା ନିଆଯିବ? ମା’ ଦୁର୍ଗାଙ୍କ ଆଗମନ ନାରୀ ଶକ୍ତିର ଜୟଗାନ ଓ ଅନ୍ୟାୟର ବିରୋଧରେ ସଂଘର୍ଷର ପ୍ରତୀକ। ଏହା ଆମକୁ ଶିକ୍ଷା ଦେଇଥାଏ ଯେ ନାରୀଙ୍କ ଉପରେ ଅତ୍ୟାଚାର କେବେ ସହ୍ୟ କରାଯିବା ଉଚିତ ନୁହେଁ, ଏବଂ ସେମାନଙ୍କ ସମ୍ମାନ ଓ ସଶକ୍ତୀକରଣ ପାଇଁ ସମାଜ ସବୁବେଳେ ଆଗେଇ ଆସିବା ଦରକାର ‘।

 

Leave A Reply

Your email address will not be published.