ଓଡ଼ିଆ ନ୍ୟୁଜ୍: ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ । ଧୃତରାଷ୍ଟ୍ର’ ଆକ୍ଷେପ ପରେ ପାଣ୍ଡିଆନ୍ଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର। ନିଜ ସୋସିଆଲ୍ ମିଡିଆ ପେଜରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏଥର ସନ୍ନ୍ୟାସ ଉପାଖ୍ୟାନ ଲେଖିଛନ୍ତି। ଯାହା କି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭି.କେ. ପାଣ୍ଡିଆନଙ୍କ ଆଡକୁ ନିଶାନା ବୋଲି ଆଲୋଚନା ହେଉଛି । ପାଣ୍ଡିଆନଙ୍କ ସନ୍ୟାସୀ ଉପରେ ଉଠାଇଲେ ପ୍ରଶ୍ନ। ସନ୍ନ୍ୟାସୀ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ହେଲେ ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ଅଲଗା ।ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରେଇ ରହିଥିବା ବ୍ୟକ୍ତିକୁ ହିଁ ସନ୍ନ୍ୟାସୀ ରୂପେ ସମାଜ ଗ୍ରହଣ କରେ। କିନ୍ତୁ ଏଥିରେ ବ୍ୟତିକ୍ରମ ହେଲେ ସମାଜ ତାକୁ ଭଣ୍ଡ ଆଖ୍ୟା ଦେବାକୁ ପଛାଏ ନାହିଁ।
ହେଲେ ଏବେ କିଛି ଘଟଣା ତାର ବ୍ୟତିକ୍ରମ। ଯେଉଁମାନେ ସନ୍ନ୍ୟାସ କହି ସବୁ ସୁଖ ସ୍ବାଚ୍ଛନ୍ଦ ପ୍ରତି ଲାଳାୟିତ ରହୁଛନ୍ତି ଓ ଭଣ୍ଡ ସନ୍ନ୍ୟାସ ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି। ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ “ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ”।ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଳିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି ।