ଅଣଓଡ଼ିଆ ଦମ୍ପତିଙ୍କ କବ୍‌ଜାରେ ବିଜେଡି: ଶ୍ରୀମୟୀ ମିଶ୍ର

0

ଓଡ଼ିଆ ନ୍ୟୁଜ୍: ଅଣଓଡ଼ିଆ ଦମ୍ପତିଙ୍କ କବ୍‌ଜାରେ ବିଜେଡି କହି ବର୍ଷିଲେ ଶ୍ରୀମୟୀ ମିଶ୍ର।‘୧୯୯୭ରେ ଟାଇଟାନିକ ମୁଭି ଆସିଥିଲା, ବିଜେଡି ଗଠନ ହୋଇଥିଲା’।୨୦୨୪ରେ ବିଜେଡି ଡଙ୍ଗାରେ କିଛି ପାଣି ପଶିବା ଆରମ୍ଭ କଲା।ବିଜେଡି ଆଜିକା ଦିନରେ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ।ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ଯେତେବେଳେ ଦଳ ହେବ, ବିଜେଡି ଟ୍ରାକ୍‌କୁ ଫେରିବ।ବିଜେଡି ଅଣଓଡ଼ିଆ ଦମ୍ପତିଙ୍କ ପୈତୃକ ସମ୍ପତ୍ତି ପାଲଟି ଯାଇଛି।

ଚାକିରି ଛାଡ଼ିବା ପରେ ସେମାନଙ୍କର ନବୀନ ନିବାସରେ କାମ କଣ।୨୦୨୪ରେ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ଜନତା ପ୍ରତ୍ୟାଖ୍ୟାନ କରି ସାରିଛନ୍ତି।ସୁଜାତା କାର୍ତ୍ତିକେୟନଙ୍କ ନାଁ ନ ନେଇ ପରୋକ୍ଷରେ କଟାକ୍ଷ କଲେ ଶ୍ରୀମୟୀ।‘ଝିଅ ବାହା ହୋଇଗଲେ, ଗୋତ୍ର ବଦଳେ, ସେହି ଅନୁସାରେ ଚଳନ୍ତି’।ତେଣୁ ସିଏ ତାମିଲକୁ ବାହାହେଲେ ସେ ତାମିଲ ସ୍ତ୍ରୀ, ଓଡ଼ିଶାର ହେଲେ କିପରି’।

Leave A Reply

Your email address will not be published.