ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭକ୍ତ ମାନଙ୍କୁ ବିଞ୍ଚଣା ସେବା । ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରେ ସେବା ନେଇ ବିଭିନ୍ନ ଅନୁଷ୍ଠାନ ଓ ବହୁ ବ୍ୟକ୍ତି ଭାଗ ନେଇଥାନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଚଳିତ ଥର ବାହୁଡା଼ ଯାତ୍ରା ରେ ରଥ ଟାଣୁଥିବା ଭକ୍ତ ମାନଙ୍କ ପାଇଁ “ବିଞ୍ଚଣା ସେବା” ର କାର୍ଯ୍ୟକ୍ରମ ଜାରିରଖିଛି । ଯାହା କି ଭକ୍ତ ମାନଙ୍କ ମନରେ ବେଶ ଆନନ୍ଦ ଭରିଦେଉଥିଲା। କେହି ଭକ୍ତ ଜୟ ଜଗନ୍ନାଥ ଧୁନି ରେ ମନ ର ଭାବ ପ୍ରକାଶ କରୁଥିବା ବେଳେ, କେହି କୁଣ୍ଢାଇ ପକାଉଥିଲେ, କେହି କେହି କହୁଥିଲେ ଜଗନ୍ନାଥ ସ୍ଵାମୀ ତୁମର ମଙ୍ଗଳ କରନ୍ତୁ।
ଏହି ଅନନ୍ୟ ସେବା ମହାପ୍ରଭୁ ଜଗନ୍ନାଥଙ୍କ ଯାତ୍ରା କାଳରେ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଥର ଆଯୋଜିତ ହୋଇଥିଲା। ଭକ୍ତ ଙ୍କ ଆଗ୍ରହ ଦେଖି ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଆଗାମୀ ରଥଯାତ୍ରା ରେ ସେବlକାରି ଙ୍କ ସଂଖ୍ୟା ବଢ଼ାଇବାକୁ ମତ ରଖିଛନ୍ତି। ବିଞ୍ଚଣା ସେବାକାରୀ ଭାବେ ଟ୍ରଷ୍ଟ ର ରାକେଶ କୁମାର ବଳ, ମଙ୍ଗଳ କୁମାର ସାହୁ, ରାମଚନ୍ଦ୍ର ସାହୁ, ହେମନ୍ତ କୁମାର ସାମଲ, ବଳରାମ ଜେନା, ସନ୍ତୋଷ ପଟ୍ଟ ନାୟକ ଓ ସୌମ୍ୟରଂଜନ ପରିଡା।