ରାଇରଙ୍ଗପୁରରେ ପବିତ୍ର ବାହୁଡା ଯାତ୍ରା ମହାଆଡମ୍ବରରେ ସମ୍ପନ୍ନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ପବିତ୍ର ବାହୁଡା ଯାତ୍ରା ମହାଆଡମ୍ବରରେ ସମ୍ପନ୍ନ | ରାଇରଙ୍ଗପୁରରେ ପବିତ୍ର ବାହୁଡାଯାତ୍ରା ମହାଆଡମ୍ବରରେ ସମ୍ପନ୍ନ ହୋଇଯାଇଛି | ପ୍ରଥମ ଦିନରେ ପୁରୁଷମାନେ ରଥ ଟାଣି ଥିବାବେଳେ ଦ୍ବିତିୟ ଦିନରେ ରଥ ଟାଣିଥିଲେ |

ଭକ୍ତମାନେ ଜଗତନାଥଙ୍କୁ ଦୁଇ ହାତ ଟେକି ଆନନ୍ଦରେ ନାଚିଥିଲେ | ରଥ ଟଣା ସମୟରେ ଭାଷ୍ଯକାରମାନେ ଧାରା ବିବରଣି ଦେଇଥିଲେ | ସ୍ବେଛାସେବୀ ସଂଗଠନ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ |

ଏହି ଭବ୍ଯ କାର୍ଯ୍ଯକ୍ରମରେ ରଥକମିଟି ଅଧ୍ଯକ୍ଷ ଅଭିଶେକ ପଟ୍ଟନାୟକ, ମନ୍ଦିର କମିଟି ଅଧ୍ଯକ୍ଷ ବାମନଘାଟି ସବଡିଭିଜନ ଉପଜିଲ୍ଲାପାଳ ସରୋଜ କୁମାର ଦାସ, ଶ୍ରି ଜଗନ୍ନାଥ ମନ୍ଦିର ମୁଖ୍ଯ ପୁଜକ ଦେବବ୍ରତ ରଥ ମହାପାତ୍ର, ଡାହୁକ କୁଷ୍ନ ବିହାରି ମହାନ୍ତି , ଏସଡିପିଓ ଗୋକୁଳାନନ୍ଦ ସାହୁ, ଟାଉନ ଥାନା ଅଧିକାରି ସୁଚନ୍ଦ୍ର ମହାଳିକ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ମ୍ଯୁନିସିପାଲିଟି କାର୍ଯ୍ଯ ନିର୍ବାହି ଅଧିକାରି , ତହସିଲଦାର ତଥା ବିଭିନ୍ନ ପଦାଧିକାରି ପ୍ରମୁଖ ଯୋଗ ଦେଇଥିଲେ |

Leave A Reply

Your email address will not be published.