ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନନ୍ୟ ପରମ୍ପରା ଅନୁସାରେ କୁନିକୁନି ଭକ୍ତ ହାତ ରେ ଟଣା ହୋଇ ରତ୍ନବେଦୀ କୁ ବାହୁଡ଼ି ଯାଇଛନ୍ତି ବାରିପଦାର ବାଣ୍ଠିଆ ଜଗନ୍ନାଥ। ବାରିପଦା ରଥଯାତ୍ରାରେ ବାଣ୍ଠିଆ ଜଗନ୍ନାଥ ମନ୍ଦିର ଏକ ସ୍ବତନ୍ତ୍ରତା ରହିଛି ।
ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କର ଦୁଇଦିନ ରଥଟଣା ହେଉଥିବା ସ୍ଥଳେ ବାଣ୍ଠିଆ ଜଗନ୍ନାଥଙ୍କ ରଥ ମାତ୍ର ଗୋଟିଏ ଦିନ ଟଣା ହୋଇଥାଏ ଏବଂ ବାହୁଡା ସମୟରେ ଯେଉଁଦିନ ନନ୍ଦିଘୋଷ ରଥ ଟଣାଯାଏ | ସେହିଦିନ ଏହି ବାଣ୍ଠିଆ ଜଗନ୍ନାଥଙ୍କ ରଥ ଟଣାଯାଇଥାଏ।
ବିଶେଷକରି ଏହି ବାଣ୍ଠିଆ ଜଗନ୍ନାଥଙ୍କ ରଥ ଟଣାର ଏକ ପାର୍ଥକ୍ୟ ନୀତି ନିର୍ଦ୍ଧାରଣ କରାଯାଇଛି କି ଅଳ୍ପ ବୟସର ଶିଶୁଠାରୁ ୧୪ବର୍ଷ ବୟସର କିଶୋର କିଶୋରୀମାନେ ହିଁ ଏହି ରଥକୁ ଟାଣିନେଉଥିବା ବେଳେ ଏହି ରଥକୁ ସକାଳ ୧୦ଟା ସମୟରେ ଟଣା ଯାଇଥାଏ। ଆଜି ଭକ୍ତିମୟ ପରିବେଶ ମଧ୍ୟରେ ବାଣ୍ଠିଆ ଜଗନ୍ନାଥ ମନ୍ଦିର ବାହୁଡା଼ ରଥଟଣା ରେ ବାଳକ ବାଳିକା ରଥ ଟାଣି ବେଶ୍ ଆନନ୍ଦ ଅନୁଭବ କରିଥିବା ପ୍ରକାଶ କରିଛନ୍ତି ।