ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନସିଂହାସନ କୁ ଫେରୁଛନ୍ତି ଚତୁର୍ଦ୍ଧା ମୁର୍ତ୍ତି । ଚଳଚଞ୍ଚଳ ଭକ୍ତ, ବଡଦାଣ୍ଡରେ ଭକ୍ତିମୟ ପରିବେଶ, ଭାବବିହ୍ବଳ ହେଉଛନ୍ତି ଶ୍ରଦ୍ଧାଳୁ । ଗତକାଲି ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ସମାପନ ହୋଇଥିବା ବେଳେ ପୂର୍ବ ନିର୍ଧାରିତ ନିତିକାନ୍ତି ଅନୁଯାୟୀ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ଆଜି ଠାରୁ ୨ଦିନଧରି ବାହୁଡାଯାତ୍ରା ଅନୁଷ୍ଠିତ ହେଉଛି ।
ଅପରାହ୍ନ ୨.୩୦ମିନିଟ ରେ ପ୍ରଥମେ ମହାବାହୁ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇ ଅପରାହ୍ନ ୪ଟା ୩୦ମିନିଟ ସମୟରେ ସିଂହଦ୍ବାରା ସମ୍ମୁଖରେ ପହଞ୍ଚିଥିଲା। ଏହାପରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳା ମାନେ ଟାଣିନେଇ ଟାଉନଥାନା ସମ୍ମୁଖ ପହୁଞ୍ଚାଇବା ପରେ ବାହୁଡାଯାତ୍ରାର ପ୍ରଥମ ଦିନର ରଥଟଣା ସମାପନ ହୋଇଥିଲା ।
ଆସନ୍ତାକାଲି ପ୍ରଥମେ ସୁଭଦ୍ରାଙ୍କ ରଥଟଣା ପରେ ବଡଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥଟଣା ଯିବ । ଅନୁକୂଳ ପାଗ ଯୋଗୁଁ ବଡଦାଣ୍ଡ ଆଜି ଲୋକାରୋଣ୍ୟ ହୋଇଥିଲା । ରଥ ଦଉଡିରେ ଟିକିଏ ହାତ ଲଗାଇ ଭକ୍ତ ନିଜକୁ କୃତାର୍ଥ ମନେ କରୁଥିଲେ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତୟନ ହୋଇଥିଲା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ସମସ୍ତ ସୁଚାରୁ ରୁପେ ତୁଲାଇ ଦିଆଯାଇଥିଲା ।
Comments are closed.