ପୂର୍ଣ୍ଣ ମାସ କାର୍ତ୍ତିକ ରେ ପୂର୍ଣ୍ଣ କାର୍ଯ୍ୟ କରି ମାସକୁ ସ୍ମରଣୀୟ କରିଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆମ ହିନ୍ଦୁ ଧର୍ମ ମତ ରେ ୧୨ ମାସ ଆଉ ଏହି ୧୨ ମାସ ମଧ୍ୟ ରେ କାର୍ତ୍ତିକ ମାସକୁ ଆମେ ପୂର୍ଣ୍ଣ ର ମାସ ବୋଲି କହୁ । ଏହି ମାସ ରେ ଦାନ ଧର୍ମ ଯେ କେତେ କଣ ଆମେ କରୁ । ଆଜି ଥିଲା ମହା କାର୍ତ୍ତିକ ପୂର୍ଣ୍ଣିମା ଓ ଏହି ମହା କାର୍ତ୍ତିକ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ କିଛି ଧର୍ମ କାର୍ଯ୍ୟ କରିବାକୁ ମନସ୍ଥ କରିଥିଲେ। ସୁଦୂର କଟକ ଜିଲ୍ଲା ନିଞ୍ଚିତକୋଇଲି ବ୍ଲକ ନେମାଳ ନିକଟ ଓରିକଣ୍ଟା ଗ୍ରାମ ରେ ନିରୁପମା ମହାପାତ୍ର ନାମକ ଜଣେ ମହିଳା ବସବାସ କରନ୍ତି ।

ପିଲାଟି ବେଳୁ ମା ଓ ୪ ବର୍ଷ ହେବ ବାପା ଆର ପାରି କୁ ଚାଲିଯିବା ପରେ ଘରେ ଏକ ବଢିଲା ଭାଇ ତାହା ବି ପୋଲିଓ ରୋଗ ରେ ପୀଡ଼ିତ । ରୋଜଗାର ବୋଲି ଘର ର କିଛି ନାହିଁ। ପାଲ ପାରି ଘରେ ଶୋଇବା ସହ ଘରେ ସୁରକ୍ଷିତ ରହିବା ପାଇଁ କବାଟ ଖଣ୍ଡେ ବି ନାହିଁ । ଏପରିକି ଘର ର ସୁରକ୍ଷା ଦାୟିତ୍ବ ରେ ଜଣେ କୁକୁର ରହିଛି। ରାତି ଦିନ ସେ ଜଗି ରହୁଛି। ଏହି ଖବର କୁ ଏକ ଗଣ ମାଧ୍ୟମ ରୁ ଖବର ପାଇ ଟ୍ରଷ୍ଟ ର ସଭାପତି ଆସି ପ୍ରାଥମିକ ତଦନ୍ତ କରିଥିଲେ । ଆଜି ଏହି ମହା କାର୍ତ୍ତିକ ପୂର୍ଣ୍ଣିମା ରେ କିଛି ସଦସ୍ୟ ଙ୍କୁ ସାଙ୍ଗରେ ନେଇ ତାଙ୍କ ଘର ର ତଳ ମେଜିଆ ସହ ତାଙ୍କ ଘର ର କବାଟ ଲଗାଇଥିଲେ । ୨ ମାସ ର ସମସ୍ତ ରାସନ ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିଲା ।

ପୂର୍ଣ୍ଣିମା ନିମନ୍ତେ ନୂତନ ବସ୍ତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏହା ପାଇ ଭଉଣୀ ନିରୁପମା ମଧ୍ୟ ବହୁତ୍ ଖୁସି ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟ କୁ ଦେଖି ସେ ଗ୍ରାମ ବାସୀ ମାନଙ୍କ ମଧ୍ୟ ରେ ଟ୍ରଷ୍ଟ ପାଇଁ ଆଶିର୍ବାଦ ର ଭାବ ଦେଖିବାକୁ ମିଳିଥିଲା।ଏହି ଦେବ ତୁଲ୍ୟ କାର୍ଯ୍ୟ ରେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କ ସମେତ କେଦାର ସ୍ୱାଇଁ, ଉପସଭାପତି ରଶ୍ମି ରଞ୍ଜନ ବାରିକ, ମାନବ ଅଧିକାର କର୍ମୀ ସାଗର ଜେନା,ଅଭୟ କୁମାର ବେହେରା,ନିଗମ କୁମାର ସାହୁ , ଜୟଦେବ ରାଉତ,ନିରାକାର ତ୍ରିପାଠୀ,ସମୀର ବେହେରା, ବୈଦନାଥ ସ୍ବାଇଁ ଓ ଦୁର୍ଯ୍ୟୋଧନ ସ୍ବାଇଁ ଉପସ୍ଥିତ ରହି କାର୍ଯ୍ୟ କୁ ସମାପନ କରିଥିଲେ।

Leave A Reply

Your email address will not be published.