ପୁରୀ(ଓଡ଼ିଆ ନ୍ୟୁଜ୍): ଆଜି ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ରୁକ୍ମିଣୀ ହରଣ ଏକାଦଶୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହାଘର ଅନୁଷ୍ଠିତ ହେବ । ଦେବୀ ରୁକ୍ମିଣୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ବେଶ ଧାରଣ କରିବେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାରଣ କରିବେ ଶ୍ରୀକୃଷ୍ଣଙ୍କର ବେଶ। ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସଂପନ୍ନ ହେବ। ପୁରାଣ ବର୍ଣ୍ଣିତ ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରିବେ ମା ରୁକ୍ମିଣୀ । ଏହାପରେ ଶିଶୁପାଳଙ୍କୁ ବାଟରୁ ହରଣ କରିନେବାକୁ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିବେ ରୁକ୍ମିଣୀ।
ଯୋଜନା ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀରୂପୀ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ଶିଶୁପାଳ ପ୍ରତିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହେବ । ଯୁଦ୍ଧରେ ପରାସ୍ତ ହେଇ ବନ୍ଦୀ ହେବେ ଶିଶୁପାଳ। ଏହାପରେ ଶ୍ରୀକୃଷ୍ଣଙ୍କ ସହିତ ରୁକ୍ମିଣୀଙ୍କ ବିବାହ ହେବ ।