SI ଚାକିରି ଜାଲିଆତି, ପଞ୍ଚମ ଦଲାଲ ଗିରଫ

0

ଓଡ଼ିଆ ନ୍ୟୁଜ୍: ପୋଲିସ SI ଚାକିରି କେଳେଙ୍କାରୀ ଘଟଣାରେ ପଞ୍ଚମ ଦଲାଲ ଗିରଫ।ବାଲେଶ୍ବର ସିଂଲାର ଅରବିନ୍ଦ ଦାସକୁ ଗିରଫ କଲା କ୍ରାଇମବ୍ରାଞ୍ଚ।ଗୋଳନ୍ଥରା ଥାନାରେ ହୋଇଥିବା ମାମଲାରେ ଗିରଫ।ଅରବିନ୍ଦ ଠାରୁ ଆପତ୍ତିଜନକ ଡକ୍ୟୁମେଣ୍ଟ ମିଳିଥିବା ସୂଚନା।ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୪ ଦଲାଲ ଗିରଫ ହୋଇଛନ୍ତି।କଟକ ବିଦ୍ୟାଧରପୁରର ବାସିନ୍ଦା ବିଶ୍ୱରଞ୍ଜନ ବେହେରା (୨୯)କୁ ଗିରଫ କରିବା ସହ ବ୍ରହ୍ମପୁର କୋର୍ଟଚାଲାଣ କରାଯାଇଛି। ଏଥିସହ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ମାମଲାରେ ୧୧୪ଜଣ ପରୀକ୍ଷାର୍ଥୀଙ୍କ ସହ ୩ଜଣ ଦଲାଲଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା।

ଚଳିତ ମାସ ୫ ଓ ୬ ତାରିଖ ଦିନ ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ହେବାର ଥିଲା। ଏଥି ପାଇଁ ପରୀକ୍ଷାର୍ଥୀମାନେ ପ୍ରବେଶ ପତ୍ର ପାଇସାରିଥିଲେ। ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରିଥିଲେ। ତେବେ ଅନିବାର୍ଯ୍ୟ କାରଣ ପାଇଁ ଆଗାମୀ ୫ ଓ ୬ ତାରିଖରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.