ଓଡ଼ିଆ ନ୍ୟୁଜ୍: କଲମ୍ବୋରେ ଭାରତ-ପାକିସ୍ତାନ ମହିଳା ବିଶ୍ବକପ କ୍ରିକେଟ ଲଢ଼େଇ। ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ପାକିସ୍ତାନ। ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ; ଅମନଜୋତଙ୍କ ସ୍ଥାନରେ ରେଣୁକା ସିଂ। ଟସ୍ ପରେ ଦୁଇ କ୍ୟାପଟେନ୍ ପରସ୍ପର ସହ ହ୍ୟାଣ୍ଡସେକ୍ କଲେନି। ଭାରତୀୟ ପୁରୁଷ କ୍ରିକେଟ ଟିମ୍ ରାସ୍ତାରେ ମହିଳା ଟିମ୍।
ଏହି ମୁକାବିଲାରେ ଟସ୍ ସମୟରେ ପୁଣି ଥରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଉଭୟ ଭାରତ ଓ ପାକିସ୍ତାନର ଅଧିନାୟକ ହାତ ମିଳାଇ ନଥିଲେ। ଭାରତୀୟ ଅଧିନାୟକ ହରମନପ୍ରୀତ କୌର ନିଜର ପାକିସ୍ତାନ ସମକକ୍ଷ ଫାତିମା ସହିତ ହାତ ମିଳାଇ ନଥିଲେ। ଏହା ପୂର୍ବରୁ ଏସିଆ କପ୍-୨୦୨୫ରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଥିଲା, ଯାହାକୁ ନେଇ ବିଶ୍ବରେ ଚର୍ଚ୍ଚା ହେଉଛି। ସେହି ସମୟରେ ଭାରତୀୟ ଖେଳାଳିମାନେ ୩ଟି ମ୍ୟାଚ୍ରେ ପାକିସ୍ତାନୀ ଖେଳାଳିମାନଙ୍କର ସହିତ ହାତ ମିଳାଇ ନଥିଲେ।
ପ୍ରଥମେ ବ୍ୟାଟିଂ କରି ଭାରତ ୧୩ ଓଭର ଖେଳ ସମାପ୍ତି ପରେ ଗୋଟିଏ ୱିକେଟ୍ ହରାଇ ୫୭ ରନ୍ ସଂଗ୍ରହ କରିଛି। ପ୍ରାରମ୍ଭିକ ବ୍ୟାଟର ପ୍ରତିକା ରାଓଲ ଓ ହର୍ନିଲ ଦେଓଳ ବ୍ୟାଟିଂ ଜାରି ରଖିଛନ୍ତି। ବିସ୍ଫୋରକ ବ୍ୟାଟର ସ୍ମୁତି ମନ୍ଧାନା ପ୍ରଥମେ ପାକିସ୍ତାନର ଶିକାର ହୋଇଛନ୍ତି। ସେ ପଡ଼ିଆ ଛାଡ଼ିବା ପୂର୍ବରୁ ଫତିମା ସାନାଙ୍କ ବଲ୍ରେ ଏଲ୍ବିଡବ୍ଲୁ ଆଉଟ୍ ହୋଇଛନ୍ତି। ମନ୍ଧାନା ୩୨ଟି ବଲ୍ ଖେଳି ୨୩ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୪ଟି ଚୌକା ସାମିଲ ଥିଲା।