ଓଡ଼ିଆ ନ୍ୟୁଜ୍: ଏସଆଇ ପରୀକ୍ଷା ଜାଲିଆତି। ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ଗିରଫ କରି ଓଡ଼ିଶାକୁ ଆଣିଲା କ୍ରାଇମବ୍ରାଞ୍ଚ୍ । ଶଙ୍କରଙ୍କ ସଫେଇ ମୋର କୌଣସି ଘଟଣାରେ ସମ୍ପୃକ୍ତ ନାହିଁ । ମିଥ୍ୟା ଅଭିଯୋଗ କରି ଫସା ଯାଉଛି । ମୁଁ ଲୁଚି ନଥିଲି, ଆଇନଗତ ଲଢ଼ୁଥିଲି। ହାଇକୋଟରେ ଜାମିନ ଆବେଦନ କରିଛି ।ଗିରଫ ଛାତ୍ରଛାତ୍ରୀଙ୍କ ସହ ମୋର କିଛି ସମ୍ପର୍କ ନାହିଁ ।
ତାଙ୍କ ସହ ମୋର କଣ ସମ୍ପର୍କ ଅଛିକି ନାହିଁ ଯାଞ୍ଚ ହେଉ। ମୁଁ ଏ ଘଟଣାରେ ମୁଖ୍ୟ ଷଡଯନ୍ତ୍ର କାରି ନୁହେଁ । ଆହୁରି ଅଛନ୍ତି। ତଦନ୍ତ ଭଲରେ ହେଉ । ସେପଟେ ଶଙ୍କର ପୃଷ୍ଟି ଏହି ଘଟଣାରେ ପୂବରୁ ସରକାରକୁ ଟାର୍ଗେଟ କରିଛି।ପୂର୍ବ ସରକାରରେ ହୋଇଥିଲା ହଜାର କୋଟି ଡ଼ିଲ୍। ବିଜେଡିର କିଏ ସେହି ବଡ ନେତା, ଶଙ୍କରଙ୍କ ସହ ସାମିଲ।ସବୁର ତଥ୍ୟ ସହ ସରକାରଙ୍କୁ ଦେବି। ହଜାର କୋଟି ଟଙ୍କାର ଡିଲ ହୋଇଥିଲା କେମିତି ଦେଇଥାଆନ୍ତି। ପୂର୍ବ ସରକାରରେ ଡିଲ୍ ହୋଇଥିଲା । ମୋ ସ୍ତ୍ରୀର କୌଣସି ସଂପୃକ୍ତି ନାହିଁ । ତାକୁ ଫଶା ଯାଉଛି।