ଓଡ଼ିଆ ନ୍ୟୁଜ୍: SI ପରୀକ୍ଷା ମହାଘୋଟାଲା; ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ।ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ଜାମିନ ଆବେଦନ ଖାରଜ।ଜାମିନ ଆବେଦନ ଖାରଜ କଲେ ବ୍ରହ୍ମପୁର JMFC ଗ୍ରାମାଞ୍ଚଳ।
ସୂଚନାଯୋଗ୍ୟ ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ପର୍ଯ୍ୟାୟ କ୍ରମେ ୧୧୯ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୧୧୪ ପରୀକ୍ଷାର୍ଥୀଙ୍କ ସହ ୫ ଜଣ ଦଲାଲଙ୍କୁ ଗିରଫ କରି ଜେଲ୍ ପଠାଇଛି । ବୁଧବାର ୧୧୯ ଜଣଙ୍କ ଜାମିନ ଆବେଦନ କରାଯାଇଥିବା ବେଳେ ସମସ୍ତଙ୍କ ଜାମିନ ଆବେଦନ ଖାରଜ କରାଯାଇଛି । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ସମସ୍ତଙ୍କ ଜାମିନ ଖାରଜ କରିଛନ୍ତି ।