ବାଂଲାଦେଶୀ ଲିଙ୍କ୍‌, ସିକନ୍ଦର ଆଲାମ ଗିରଫ

0

ଓଡ଼ିଆ ନ୍ୟୁଜ୍: ବାଂଲାଦେଶୀ ଲିଙ୍କ୍‌; ସିକନ୍ଦର ଆଲାମ ଗିରଫ।ଯାଜପୁରରୁ ଗିରଫ କଲା ଜଗତସିଂହପୁର ପୋଲିସ।ସିକନ୍ଦର ଠାରୁ ପାସ୍‌ପୋର୍ଟ ଓ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ। ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରୁଛି ପୋଲିସ।୭ ଦିନ ହେଲା ଘର ରେଡ୍‌ ପରଠୁ ଫେରାର ଥିଲା।ସଦର ଥାନା ବେହେରାମପୁର ବସ୍ତିରେ ବେଆଇନ ଘର କରି ରଖିଥିଲା।

ବାଂଲାଦେଶୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗତ ୧୬ ତାରିଖ ସନ୍ଧ୍ୟାରେ ପୁଲିସ ତାର ଧନୀପୁର ବେହେରାମପୁର ଘରେ ଚଢ଼ଉ କରିଥିଲା। ସରକାରୀ ଜମିରେ ଭଡ଼ା ଘର ତିଆରି କରି ବାଂଲାଦେଶୀଙ୍କୁ ଆଶ୍ରୟ ଦେବା ନେଇ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସିକନ୍ଦର ଓ ତା ଭାଇ ମୋତିଲାଫ୍ ପୁଲିସକୁ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଦୁଇ ଭଉଣୀଙ୍କୁ ପୁଲିସ ଗିରଫ କରିଥିଲା। ସେହିପରି ବାଂଲାଦେଶୀଙ୍କୁ ଆଶ୍ରୟ ଦେବା, ଗୋତି ଖଟାଇବା ଆଦି ଦଫାରେ ମାମଲା ରୁଜୁ ହୋଇଥିଲା। ଦୁଇଟି ସ୍ବତନ୍ତ୍ର ଟିମ୍ ସିକନ୍ଦରକୁ ଖୋଜୁଥିଲେ।

Leave A Reply

Your email address will not be published.