ଓଡ଼ିଆ ନ୍ୟୁଜ୍: ତେଲଙ୍ଗାନାରେ ୩୭ ମାଓବାଦୀଙ୍କ ସାମୂହିକ ଆତ୍ମସମର୍ପଣ।ମାଓନେତା ହିଡମାର ମୃତ୍ୟୁ ପରେ ଆତ୍ମସମର୍ପଣ କଲେ ୩୭ ମାଓବାଦୀ। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଷ୍ଟେଟ କମିଟି ସଦସ୍ୟ।ଗୋଟିଏ AK-47, ୨ SLR ଓ ୪ଟି ୩୦୩ ରାଇଫଲ ସହ ଆତ୍ମସମର୍ପଣ।୩୭ ମାଓବାଦୀଙ୍କ ଉପରେ ରହିଥିଲା ୧୪ ଲକ୍ଷ ଟଙ୍କାର ପୁରସ୍କାର। ଏମାନଙ୍କ ନାମରେ ତେଲେଙ୍ଗାନା ରାଜ୍ୟ ସରକାର ୨୦ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଏଥିସହ ଗୋଟିଏ ଏକେ-୪୭ ରାଇଫଲ,ଦୁଇଟି ଏସଏଲଆର ବନ୍ଧୁକ,୪ଟି ୩୦୩ ରାଇଫଲ ଏବଂ ଗୋଟିଏ ଜି୩ ରାଇଫଲ ସମେତ ୩୪୩ ଜୀବନ୍ତ ଗୁଳି ପୁଲିସକୁ ହସ୍ତାନ୍ତର କରିଛନ୍ତି।
ଅନ୍ୟ ନକ୍ସଲମାନେ ହେଲେ ଏସିଏମ ନୁପୋ ଗଂଗା, ପାର୍ଟି ମେମ୍ବର ହେଲେ ମାଡବି ସୁକ୍କା, କୁଢ୍ଜମ କାମଲା, ପଡ଼ିୟମ ଜଗା, ମିଡ଼ିୟମ ମାଲେ, ଭିକୋ କୋସି, ଉକେ ରନିତା, ସୋଡ଼ି ମାଙ୍ଗି, ଉଲକେ ରତ୍ନା, ଭେଟ୍ଟି ଜଗା, ଓୟାମ ଲେଲି, ମଡ଼ିୟମ ରାନୀ, କୋର୍ସା ଲାକମେ, କଲୁମୁ ଉଙ୍ଗି, ହେମଲା ଭୀମେ, କର୍ତାମ ମୋଟୁ, ଉଲକେ ବିଚେ, ପୁନେମ ଉଙ୍ଗି, ଆବକା ରାଇମୋତି ଏବଂ କୁଡିୟମ ଦେବା। ଡିଭିଜନାଲ କମିଟି ମେମ୍ବର ହେଲେ ସୁଡି ସୁକ୍କି, ସୋଡି ପାଇକି, ସୋଡି ହିଡୁମା, ଡିଭିସିଏମ ମାଡ଼ବୀ ସୋନା, ହେମଲା ଆଡୁମେ, ଏସିଏମ ମୁଚାକି ଉରା, ପିପିସିଏଣ କୁଡାମ ଲକ୍ଷ୍ମୀ, ଏସିଏମ ସୋଡି ସୋମିଡି, ପିପିସିଏମ ପୋଡିୟାମ ମାସେ, ଏସିଏମ ପୋଡିୟାମ ରାନୁ, ଏସିଏମ କରମ ମଙ୍ଗଲି, ଏସିଏମ ମାଡବି ମନକେଲି, ପିପିସିଏମ ମାଡବି କୋସା ଏବଂ ନୁପୋ ସୁକ୍କି।