ଓଡ଼ିଆ ନ୍ୟୁଜ୍: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ବିବାଦ। ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ପ୍ରତିକ୍ରିୟା।ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ୍ ଟ୍ରାପ୍ କରାଯାଉଥିଲା।ହ୍ୟୁମାନଙ୍କ ଶାରିରୀକ ଅସୁସ୍ଥତା ମୋତେ କଷ୍ଟ ଦେଉଥିଲା ବୋଲି କହିଲେ ପ୍ରେମ ଆନନ୍ଦ।ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ।ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା କଲେ ପ୍ରଶ୍ନ।
ହ୍ୟୁମାନଙ୍କ ମା’କୁ ଗାଳିଗୁଲଜ କରିବା ଠିକ୍ ନୁହେଁ।ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ।ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ। ସୋସିଆଲ ମିଡିଆ ଟ୍ରୋଲ୍କୁ ବହୁତ ଡରୁଥିଲେ ହ୍ୟୁମାନ। ସେପଟେ ହ୍ୟୁମାନଙ୍କୁ ଦେଖା କରିବାକୁ ସ୍ତ୍ରୀ, ଝିଅ ଅପେକ୍ଷା କରି ରହୁଥିଲେ। ତଥାପି ସ୍ତ୍ରୀ ଓ ଝିଅ ପାଖକୁ ଯାଇ ପାରୁ ନ ଥିଲେ ହ୍ୟୁମାନ।
ସେଇଟା ବି ତା ପାଇଁ ଯନ୍ତ୍ରଣାଦାୟକ ଥିଲା।ଜୀବନରେ ଯଦି ଶାନ୍ତି ନ ରହିବ କେମିତି କଣ ଜଣେ କରିବ।କାହା ପାଇଁ ହ୍ୟୁମାନ ସ୍ତ୍ରୀ, ଝିଅକୁ ଦେଖା କରି ପାରୁ ନ ଥିଲେ ପ୍ରଶ୍ନବାଚୀ। ହ୍ୟୁମାନ ଅସୁସ୍ଥ ହେବା ପଛର କାରଣ କ’ଣ ଖୋଜନ୍ତୁ କହିଲେ ପ୍ରେମ ଆନନ୍ଦ।ଅସୁସ୍ଥ ହେବା ପଛରେ ଯେଉଁମାନଙ୍କ ଭୂମିକା ରହିଛି ଖୋଜାଯାଉ।ହ୍ୟୁମାନ ଉଚ୍ଚକୁ ଯିବା ପରେ ଯେଉଁମାନେ ଡିଷ୍ଟର୍ବ ଚାହୁଁଥିଲେ ଖୋଜାଯାଉ।ତାହେଲେ କିଏ ହ୍ୟୁମାନଙ୍କ ଅସୁସ୍ଥତାର କାରଣ ସେନେଇ ବଢ଼ିଲା ଚର୍ଚ୍ଚା।