କଂଗ୍ରେସରେ ଯୋଗ ଦେଲେ କଣ୍ଠ ଶିଳ୍ପୀ ଗୁଡ୍‌ଲି ରଥ ଓ ପମି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):– ଓଡ଼ିଆ ସିନେଜଗତର ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ  ଗୁଡ୍‌ଲି ରଥ ଆଜି ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ଦଳରେ ଯୋଗଦାନ କଲେ । ଡ. ଏ ଚେଲ୍ଲା କୁମାର ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଶ୍ରୀ ରଥ ଏବଂ ସୁନାମଧନ୍ୟା କଣ୍ଠଶିଳ୍ପ ପମି ମିଶ୍ର, ରଶ୍ମିତା ସାହୁ ଏବଂ କାକଟପୁର ନିର୍ବାଚନ ମଣ୍ଡଳୀର ସ୍ୱଳ୍ପଲିପ୍ସା ମହାନ୍ତି, ବିଶ୍ୱଜିତ ଲେଙ୍କା ଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଶ୍ରୀଯୁକ୍ତ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ଶ୍ରୀ ଶରତ ରାଉତ, ଶ୍ରୀ ଗେଣେଶ୍ୱର ବେହରା, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ସନ୍ତୋଷ ସିଂ ସାଲୁଜା, ରାଜନ ଏକ୍କା, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା ଓ ବହୁ କଂଗ୍ରେସ ନେତୃବର୍ଗ ଉପସ୍ଥିତ ଥିଲେ ।

Leave A Reply

Your email address will not be published.