ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ଏପ୍ରିଲ ୧ରୁ ଆରମ୍ଭ ହେବ SIR ପ୍ରକ୍ରିୟା । 2025 ଭୋଟର ତାଲିକାରେ ଥିବା ନାମଗୁଡିକୁ 2002 ମସିହାର SIR ରୋଲ ସହିତ ମ୍ୟାଚିଙ୍ଗ କରାଯାଉଛି, ଯାହାକୁ ମ୍ୟାପିଂ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ 80 ପ୍ରତିଶତ ଭୋଟରଙ୍କ ତଥ୍ୟ ସତ୍ୟାପିତ ହୋଇ 2002 ରୋଲରେ ନାମ ଓ ପିତାଙ୍କ ନାମ ମେଳ ହୋଇସାରିଛି। ଏହି 80 ପ୍ରତିଶତ ଲୋକଙ୍କ ପାଇଁ ଅଲଗା କୌଣସି ପଦକ୍ଷେପ ନାହିଁ । ବର୍ତ୍ତମାନ ମ୍ୟାପିଂ ପ୍ରକ୍ରିୟା ଜାରି ରହିଛି ।
70 ପ୍ରତିଶତ କାମ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ହୋଇଥିବା ବେଳେ, ଭୋଟରଙ୍କ ସହଯୋଗରେ ଅନ୍ୟ 10 ପ୍ରତିଶତ କାମ ସରିଛି। ଅବଶିଷ୍ଟ 20 ପ୍ରତିଶତ ଲୋକଙ୍କ ତଥ୍ୟ ସତ୍ୟାପନ କାମ ଚାଲିଛି। 95 ପ୍ରତିଶତ ଲୋକଙ୍କ ପାଖକୁ ପ୍ରଶାସନ ପହଞ୍ଚିବା ଲକ୍ଷ୍ୟ ରଖିଛି। ଘରେ ଘରେ ସର୍ଭେ ସମୟରେ ଅବଶିଷ୍ଟ 5 ପ୍ରତିଶତ ଲୋକଙ୍କୁ 2002 ମସିହାରେ ସେମାନେ କେଉଁଠି ଥିଲେ ସେନେଇ ପଚାରାଯିବ।