ଓଡିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର ଜେଲ ଗୁଡିକରେ ହେବ ବ୍ୟାପକ ପରିବର୍ତ୍ତନ। ଜେଲ ଅନ୍ତେବାସୀଙ୍କ ପାଇଁ ଦକ୍ଷତା ବିକାଶ ଯୋଜନା ହେବ। ଏହା ଛଡା ଜେଲ ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଗଠନ ହୋଇଛି ଉଚ୍ଚ ସ୍ତରୀୟ କମିଟି। ଓଡ଼ିଶାର ୧୦ ଟି ପ୍ରମୁଖ ଜେଲର ରୂପରେଖ ବଦଳିବ। ଏଥିପାଇଁ ତିହାର ଭଳି ହାଇ ସିକ୍ୟୁରିଟି ଜେଲ ଗସ୍ତ କରି ସେଠାକାର ବ୍ୟବସ୍ଥାକୁ ଏଠାରେ ବ୍ୟବହାର ପାଇଁ ହୋଇଛି ପ୍ରୟାସ ।ଓଡ଼ିଶାରେ ଥିବା ଜେଲରେ ହେବ ନୂଆ ବ୍ୟବସ୍ଥା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ prison development board ଗଠନ ହୋଇଛି।
ଜେଲର କଏଦୀଙ୍କୁ ଦିଆଯିବ ବିଭିନ୍ନ ଦକ୍ଷତା ବିକାଶ ତାଲିମ। ଏନେଇ ମୁଖ୍ୟ ସଚିବଙ୍କ ଅଧୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ହୋଇଛି। ଏଥିପାଇଁ ଦେଶର ବଡ ଜେଲ ତିହାର ଜେଲ, ତେଲେଙ୍ଗାନା ଜେଲ ଭଳି ଅତ୍ୟାଧୁନିକ ଜେଲ ପରିଦର୍ଶନ କରିଛନ୍ତି ଜେଲ ଡିଜି ମନୋଜ ଛାବ୍ରା। ପୁରୁଷ ମାନଙ୍କ କ୍ଷେତ୍ର ରେ ଖାଦ୍ୟ ପ୍ରକ୍ରିୟା କରଣ, ମହିଳାଙ୍କ କ୍ଷେତ୍ରରେ tailoring, beautician ତାଲିମ ଦିଆ ଯିବ। ଏହାଦ୍ବାରା କଏଦୀ ସ୍ବାବଲମ୍ବୀ ହୋଇପାରିବେ। Information Technology ର ବ୍ୟବହାର କରି ଜେଲ ସିଷ୍ଟମରେ ସ୍ୱଚ୍ଛତା ଆଣିବାକୁ ପ୍ରାଥମିକତା ରହିଛି।
ଓଡ଼ିଶାର ୮୭ ଜେଲରୁ ୧୦ଟି ଜେଲରେ ଅନ୍ତେବାସୀମାନେ ଜମେଣ୍ଟ ସିଷ୍ଟମ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯିବ। ଜେଲ ସଂସ୍କାର କ୍ଷେତ୍ରରେ ସୁରକ୍ଷା ପାଇଁ ବଡି କ୍ୟାମେରା, ବାଗେଜ୍ ସ୍କ୍ରିନିଂ, ଭିଡ଼ିଓ କନଫରେନ୍ସ ଆଦି ର ବ୍ୟାପକ ପ୍ରଚଳନ ହେବ। ଜେଲରେ ସୁରକ୍ଷା ନେଇ ଅନେକ ଥର ପ୍ରଶ୍ନ ଉଠୁଛି। ଜେଲରେ ନିଶା କାରବାର ହେଉ ବା ସଂଗଠୀ ତ ଅପରାଧ ଏସବୁକୁ ନଜର ରଖିବ ବଡି କ୍ୟାମେରା । ଖୁବ୍ ଶୀଘ୍ର ଜେଲର ଆଧୁନିକୀକରଣ ବ୍ୟବସ୍ଥା ହେବ। ଆଗାମୀ 6ମାସରୁ ଏକ ବର୍ଷରେ ଓଡିଶାର ପ୍ରମୁଖ ଜେଲ୍ ଦେଶର ପ୍ରମୁଖ ଜେଲ୍ ସହ ସମକକ୍ଷ ହେବେ।