କର୍ପୋରେଟର ନାଁରେ କଳଙ୍କ, ବିଏମସିର ମହିଳା ଏସାଇଙ୍କୁ କଲେ ଦୁର୍ବ୍ୟବହାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଏମସି ବିଭିନ୍ନ ସମୟରେ ସହରକୁ ସୁନ୍ଦର କରିବାକୁ ବହୁ ପଦକ୍ଷେପ ନେଉଛି | ନିଜ ୱାର୍ଡ ରେ ଅଳିଆ ଉଠିନପାରିବା ଡ୍ରେନେଜ ଓ ଆହୁରି ବିଭିନ୍ନ ସମସ୍ୟା ଘେରରେ ଚର୍ଚ୍ଚା ରେ ରହୁଥିବା 29 ନମ୍ବର ୱାର୍ଡ କର୍ପୋରେଟର ଆଜି ଶାଳୀନତାର ସବୁ ସୀମା ପାରକରିଦେଇଛି। ଆଗରୁ କଣ୍ଟ୍ରାକ୍ଟରକୁ କାମକରେଇ ନଦେବା ବିଭିନ୍ନ ଜାଗାରୁ ବଟି ମାଗି, ପ୍ରଚୁର ମଦପି କାହାକୁ ବାଡେଇ କେଶ ହେବାପରେ ଥାନାରେ ଭୁଲମାଗିବା ଭଳି ଆଗରୁ ଜନସାଧାରଣ ଦେଖିସାରିଛନ୍ତି | ଆଜି ୱାର୍ଡ ରେ ଜଣେ ହୁଣ୍ଡା ନାମକ ବ୍ୟକ୍ତି ବାଲି, ଗୋଡି, ଇଟା, ଚିପ୍ସ, ଆଦି ବିଏମସି ଜାଗାରେ ଟ୍ରକ ଟ୍ରକ ଗଦାକରୀ ବିକ୍ରି କରୁଥିବାର ଅଭିଯୋଗ ଆସିବା ପରେ 29 ନମ୍ବର ୱାର୍ଡ ଏସାଇ ଜାଗାମୁଣ୍ଡରେ ପହଂଚି ଗାଡିକୁ ସିଜ କରିବା ସହିତ ଫାଇନ ପକେଇଥିଲେ | ମାତ୍ର ସୂଚନା ଯୋଗ୍ୟ କି କର୍ପୋରେଟର ଅପରୂପ ନାରାୟଣ ରାଉତ (ଜୀବନ ) ହୁଣ୍ଡାଙ୍କ ଠାରୁ ଏସବୁ ଆସବାପତ୍ର ଗଦାକରିବା ବାବଦକୁ ମୋଟା ଅଙ୍କର ପଇସା ନେଉଛି।  ତେଣୁ ସେଠାରେ ଫାଇନ ଓ ଗାଡିକୁ ସିଜ ଘଟଣାକୁ ସହିପାରିନଥିଲା ମାଲିକ ହୁଣ୍ଡା ଫୋନକରିଥିଲା 29 ନମ୍ବର ୱାର୍ଡ ର କର୍ପୋରେଟର ଅପରୂପ ନାରାୟଣ ରାଉତ ଓରଫ (ଜୀବନ )କୁ।

ବାସ ଏତିକିରେ କାମଶେଷ ସେଠାରେ ତୁରନ୍ତ ( ଜୀବନ ) ପହଂଚି ଯାଇଥିଲା ଓ କିଛି ବୁଝିବା ଆଗରୁ ବିଏମସି କର୍ମଚାରୀ ପାଖରୁ ଆରମ୍ଭ କରି 29 ନମ୍ବର ୱାର୍ଡ ବିଏମସିର ମହିଳା ଏସାଇ ମନୀଷା ମହାନ୍ତିଙ୍କୁ ଦୋଅଖରୀ ଠୁ ଆରମ୍ଭ କରି ମୋ ୱାର୍ଡ ରେ ପଶିବା ପୂର୍ଵରୁ ମୋତେ ଫୋନ କରିକି ପଶିବ ନହେଲେ ସମସ୍ତଙ୍କୁ ଗୋଡ଼େଇ ଗୋଡେଇ ବାଡ଼େଇବି ବୋଲି ଚିତ୍କାର କରିଉଠିଥିଲେ।  ବର୍ତମାନ ଜଣେ ଜନପ୍ରତିନିଧି କାହା ଭାଉରେ ଏପରି ନିଜର ପଦବୀର ଦୁରୁପଯୋଗ କରୁଛନ୍ତି ବୋଲି ସ୍ଥାନୀୟ 29 ନମ୍ବର ୱାର୍ଡ ରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।  ଏନେଇ ସହିଦନଗର ଥାନାରେ ବିଏମସି ପକ୍ଷରୁ ମାମଲା ମଧ୍ୟ ରୁଜୁ କରିଛି ଏଥିରେ ଜଣେ ଜନପ୍ରତିନିଧି କଣ ଏମିତି ଆଚରଣକରିବା ଟା କେତେଦୂର ଠିକ ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିବାରେ ଲାଗିଛି ?

Leave A Reply

Your email address will not be published.