ସରକାରଙ୍କ ଯୋଜାନରେ ମେଣ୍ଟୁନି ପେଟର ଭୋକ: ବିକାଶର ପ୍ରତିଧ୍ଵନିରେ ନିତି ଆୟୋଗ ରିପୋର୍ଟ କହୁଛି ରାୟଗଡ଼ା ଦ୍ୱିତୀୟ ଗରିବ ଜିଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଦ୍ୟ ପ୍ରକାଶିତ ନିତି ଆୟୋଗର ରିପୋର୍ଟରେ ରାୟଗଡା ଜିଲ୍ଲାର ତଥ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ନୀତି ଆୟୋଗର ତଥ୍ୟ ଅନୁଯାଇ ରାଜ୍ୟର ଅଭିଭକ୍ତ କୋରାପୁଟ ଜିଲା ଗରିବ ଜିଲା ଭାବେ ପରିଗଣିତ ହୋଇଛି । ନିତି ଆୟୋଗଙ୍କ ରିପୋର୍ଟ ଅନୁସାରେ ରାଜ୍ୟରେ ମାଲକାନଗିରି ଦରିଦ୍ର ସୀମାରେଖାରେ ପ୍ରଥମ ଥିବା ବେଳେ ରାୟଗଡା ଜିଲା ଗରିବ ଜିଲା ଭାବେ ଦ୍ୱିତୀୟରେ ସ୍ଥାନରେ ରହିଛି । ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ସରକାରୀ ଅର୍ଥର ବ୍ୟାପକ ହରିଲୁଟ୍ ଓ ବାଟମାରଣା ଯୋଗୁଁ ଲୋକଙ୍କ ନିକଟରେ ବିକାଶରେ ବାଧକ ସାଜିଛି ବୋଲି କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲକା ।

ଏଠି ସରକାରଙ୍କ ଯୋଜାନରେ ମେଣ୍ଟୁନି ପେଟର ଭୋକ , ରାୟଗଡା ଭଳି ମାଳଭୂଇଁରୁ ଶୁଣାଯାଉଛି ହା-ଅର୍ଣ୍ଣର ଚିତ୍କାର । ଦାରିଦ୍ର ଦୂର କରିବା ପାଇଁ ଯେଜାନାର ଅଭାବ ନାହିଁ ତଥାପି ଜିଲ୍ଲାରେ ଦାରିଦ୍ର‌୍ୟର ହାର ୩୪.୦୩ ପ୍ରତିଶତ ବୋଲି ଚଳିତ ବର୍ଷର ନିତି ଆୟୋଗର ରିପୋର୍ଟର ସ୍ଵଷ୍ଟ କରିଛି । ଗରୀବ ତାଲିକାରେ ରାୟଗଡାର ସ୍ଥାନ ମାଲକାନଗିରି ପରେ ୨ୟ ସ୍ଥାନରେ ରହି ଥିବା ବେଳେ ତା ତଳକୁ ରହିଛି କୋରାପୁଟ ଏବଂ ନବରଙ୍ଗପୁର । ତେବେ ଆଜିର ଦିନରେ ଲେକଙ୍କ ପାଖରେ କାହିଁକ ବସା ବାନ୍ଧିଛି ଦାରିଦ୍ର‌୍ୟତା ତାହା ଏକ ପ୍ରଶ୍ନ ହୋଇ ରହିଯାଇଛି । ଆଉ ସରକର ଦାରିଦ୍ର ହଟାଇବା ପରିବର୍ତ୍ତେ ମାଳମାଳ ପୋଷ୍ଟର ବ୍ୟାନର ଲଗାଇ ପ୍ରଗତିର ଭ୍ରମ ସୃଷ୍ଟି କରୁଛନ୍ତି ଏଥିରେ ସନ୍ଧେହ ନାହିଁ । ଗତ ମାର୍ଚ୍ଚମାସ ସୁଦ୍ଧା ଜିଲାର ୧୧ଟି ବ୍ଲକରେ ୩୮ଲକ୍ଷ ୭୨ହଜାର ୨୮୭ଟି ଶ୍ରମ ଦିବସ ଅନୁମୋଦିତ ହୋଇଥିଲା । ୨୦୧୮ ମଇମାସ ସୁଦ୍ଧା ସମ୍ପୃକ୍ତ କାର୍ଯ୍ୟ ୩୯ଲକ୍ଷ ୮୭ହଜାର ୦୨୨ଶ୍ରମ ଦିବସ ଜରିଆରେ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।

ଯାହାକି ଜିଲାରୁ ଦିଆଯାଇଥିବା ଆକଳନ ପ୍ରାକରେ ୧୦୨.୯୬ପ୍ରତିଶତ ବୋଲି ନଥିପତ୍ର କହୁଛି । ଏହି ବାବଦକୁ ଜିଲାରେ ଶ୍ରମିକଙ୍କୁ ୧୦୪୦୦.୧୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୨୦୧୮-୧୯ଆର୍ଥିକ ବର୍ଷ ଆରମ୍ଭ ୨ମାସରେ ୪ଲକ୍ଷ ୨୧ହଜାର ୪୦ଟି ଶ୍ରମଦିବସ ସୃଷ୍ଟିକରି ୫୭.୨୫ପ୍ରତିଶତ ସଫଳତା ପାଇଥିବା ପ୍ରଶାସନ ଦେଇଥିବା ତଥ୍ୟରୁ ଜଣାପଡିଛି । ସେହିଭଳି ରାୟଗଡା ଜିଲାର ୧୧ଟି ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 2022-23 ଆର୍ଥିକ ବର୍ଷରେ ୨ ଲକ୍ଷ ୩୦୩୯ ପରିବାରଙ୍କୁ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଏକ ଟଙ୍କିଆ ଚାଉଳ ପ୍ରଦାନ କରାଯାଉଛି । ସେଭଳି ଅନ୍ତଦୋୟ ଅନ୍ନ ଯୋଜନାରେ ୪୪ ହଜାର ୮୧୫ ଜଣଙ୍କୁ ୩୫ କିଲୋ ଲେଖାଏଁ ଚାଉଳ ପ୍ରଦାନ କରାଯାଉଛି ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ୫ ହଜାର ୪୦୧ ପରିବାରକୁ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ ପ୍ରଦାନ କରାଯାଉଛି । କେବଳ ଖାଦ୍ୟ ସୁରକ୍ଷାକୁ ନେଇ ଏତେ ଯୋଜନା ରହିଥିଲେ ସୁଧା ନିତି ଆୟୋଗ ଜାରି କରିଥିବା ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚୀ, ଏକ ଅଗ୍ରଗତି ସମୀକ୍ଷା ୨୦୨୩ ରିପୋର୍ଟ ଅନୁସାରେ ରାଜ୍ୟରେ ଗରିବ ଜିଲାଯ ତାଲିକାରେ ମାଲକାନଗିରି ଜିଲାରେ ଦାରିଦ୍ର‌୍ୟ ହାର ୪୫.୦୧ ପ୍ରତିଶତ ଥିବା ବେଳେ ରାୟଗଡା ଜିଲାରେ ୩୪.୦୩ ପ୍ରତିଶତ, କୋରାପୁଟ ଜିଲାରେ ୩୩.୫୪ ପ୍ରତିଶତ ଓ ନବରଙ୍ଗପୁର ଜିଲାରେ ୩୩.୪୫ ପ୍ରତିଶତ ରହିଛି ।

ନିତି ଆୟୋଗଙ୍କ ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ଦାରିଦ୍ର‌୍ୟ ଦୂରୀକରଣ ଯୋଜନାର ସଠିକ୍ କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷରେ ଖଣି ଓ କାରଖାନା ସମୃଦ୍ଧ ଜିଲା ରୂପେ ରାୟଗଡ ପରିଗଣିତ । ପ୍ରତିଷ୍ଟା ବେଳେ ସରକାର ଓ ପ୍ରଶାସନକୁ ସାକ୍ଷୀରଖି ସ୍ଥାନୀୟ ଲୋକଙ୍କୁ କାମ ଯୋଗାଇଦେବା ସହ ଅଞ୍ଚଳକୁ ସୁନା କରି ଗଢ଼ି ତୋଳିବାର ପ୍ରତିଶୃତି ଦେଇଥିଲେ । କିନ୍ତିୁ ଦାଦନର ସୁଅ ଥମିବାର ନା ଧରୁନାହିଁ କି ବେକାରୀ ସମସ୍ୟ ଦୂର ହେବାର କୌଣସି ସୁରାକ ମଧ୍ୟ ମିଳିପାରିନାହିଁ । ତେଣୁତ ଏଠି ଶୌଷବ ଅଭିସପ୍ତ ହୋଇଯାଇଛି । ଆଉ ପୂର୍ବପୁରୁଷ ଦେଖାଇଥିବା ରାସ୍ତାରେ ବାଟ ଚାଲୁଥିବା ବେଳେ ଜଙ୍ଗଲରେ ଜନ୍ମଦେଇ ଜଙ୍ଗଲି ଜୀବନ ଜୀଇଁ ସେଠାରେ ସେମାନଙ୍କର ଅନ୍ତ ଘଟୁଛି । ତେବେ ରାୟଗଡ ଜିଲା ଗଠନକୁ ୩୦ପରୁ ୩୧ବର୍ଷ ଚାଲୁଛି । ଆଉ ଗୋଟିଏ ଶାସକ ଦଳ ହାତରେ ଗତ ୨୩ବର୍ଷ ଧରି ଶାସନଭାର ରହିଆସିଛି । ପାହାଡ ମୁଲକରୁ ଲୋକେ ପ୍ରଶ୍ନ କରୁଛନ୍ତି । ଏହାକଣ ବିକାଶ । ଅପରପକ୍ଷରେ ଖଣି ଓ କାରଖାନା ସମୃଦ୍ଧ ଜିଲା ରୂପେ ରାୟଗଡ ପରିଗଣିତ ।

ପ୍ରତିଷ୍ଠା ବେଳେ ସରକାର ଓ ପ୍ରଶାସନକୁ ସାକ୍ଷୀରଖି ସ୍ଥାନୀୟ ଲୋକଙ୍କୁ କାମ ଯୋଗାଇଦେବା ସହ ଅଞ୍ଚଳକୁ ସୁନା କରି ଗଢ଼ି ତୋଳିବାର ପ୍ରତିଶୃତି ଦେଇଥିଲେ । କିନ୍ତିୁ ଦାଦନର ସୁଅ ଥମିବାର ନା ଧରୁନାହିଁ କି ବେକାରୀ ସମସ୍ୟ ଦୂର ହେବାର କୌଣସି ସୁରାକ ମଧ୍ୟ ମିଳିପାରିନାହିଁ । ତେଣୁତ ଏଠି ଶୌଷବ ଅଭିସପ୍ତ ହୋଇଯାଇଛି । ଆଉ ପୂର୍ବପୁରୁଷ ଦେଖାଇଥିବା ରାସ୍ତାରେ ବାଟ ଚାଲୁଥିବା ବେଳେ ଜଙ୍ଗଲରେ ଜନ୍ମଦେଇ ଜଙ୍ଗଲି ଜୀବନ ଜୀଇଁ ସେଠାରେ ସେମାନଙ୍କର ଅନ୍ତ ଘଟୁଛି । ତେବେ ରାୟଗଡ ଜିଲା ଗଠନକୁ ୩୦ପରୁ ୩୧ବର୍ଷ ଚାଲୁଛି । ଆଉ ଗୋଟିଏ ଶାସକ ଦଳ ହାତରେ ଗତ ୨୩ବର୍ଷ ଧରି ଶାସନଭାର ରହିଆସିଛି ।

ପାହାଡ ମୁଲକରୁ ଲୋକେ ପ୍ରଶ୍ନ କରୁଛନ୍ତି । ଏହାକଣ ବିକାଶ । ସରକାରୀ ଅର୍ଥ ହରିଲୁଟ୍‌, ବାଟମାରଣା ବନ୍ଦ ନହେବା ଯାଏ ବିକାଶ ହୋଇପାରିବ ନାହିଁ । ଦିନକୁ ଦିନ ଗରିବ, ଗରିବ ହୋଇ ଯାଉଛି ଆଉ ଧନି, ଧନି ହୋଇ ଯାଉଛନ୍ତି । ଜିଲାବାସୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଦୀର୍ଘ ମିଆଦି ଯୋଜନାର ଆବଶ୍ୟକତା ରହିଛି । ଏହି ଜିଲାରେ ରେଳର ବିକାଶ, କୃଷିର ବିକାଶ, ଶିଳ୍ପର ବିକାଶ ହୋଇପାରିଲେ ହିଁ ଲୋକମାନେ ଆର୍ଥିକ ସ୍ୱଛଳ ହୋଇ ପାରିବେ । ଆଦିବାସୀଙ୍କ ରୋଜଗାରର ବାଟ ଫିଟିଲେ ହିଁ ଜିଲାରୁ ଗରିବ ହଟିବ । ଏ ସଂପର୍କରେ ସଂସଦରେ ପ୍ରଶ୍ନ କରିବେ ବୋଲି କହିଛନ୍ତି ସାଂସଦ ସପ୍ତଗିରି । ସରକାର ଏହି ଜିଲାରୁ ଗରିବ ହଟାଇବାକୁ କଣ ସବୁ ପଦକ୍ଷେପ ନେଉଛନ୍ତି ତାହା ସମୟ କହିବ ।

Leave A Reply

Your email address will not be published.