ଓଡ଼ିଆ ନ୍ୟୁଜ୍: କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସ୍ଥିର ହୋଇଥିବା ବାହାଘର ଭାଙ୍ଗିଲା।ସୋସିଆଲ ମିଡିଆ ପୋଷ୍ଟରେ ଏନେଇ ସ୍ପଷ୍ଟ କଲେ ନିଜେ ମନ୍ଧାନା। ମୋ ବ୍ୟକ୍ତିଗତ ଜୀବନକୁ ନେଇ କିଛି ଦିନ ହେଲା ଅନେକ କଥା ଉଠିଥିଲା ତେଣୁ ମୁଁ ସ୍ପଷ୍ଟ କରୁଛି ଯେ ପ୍ରସ୍ତାବିତ ବାହାଘରକୁ ବାତିଲ କରି ଦିଆଯାଇଛି।‘ତେଣୁ ମୁଁ ସ୍ପଷ୍ଟ କରୁଛି ଯେ ପ୍ରସ୍ତାବିତ ବାହାଘରକୁ ବାତିଲ କରି ଦିଆଯାଇଛି’।
ଏହା ପରେ ସେମାନେ ଇନ୍ଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ ମଧ୍ୟ କରିଛନ୍ତି। ସ୍ମୃତି କହିଛନ୍ତି, ଉଭୟ ପରିବାରର ଗୋପନୀୟତା ପାଇଁ ଆବେଦନ କରିଛନ୍ତି। ଏହି ସମୟରେ ପଲାଶ ମଧ୍ୟ ଏକ ଅଫିସିଆଲି ବିବୃତ୍ତି ଜାରି କରି ଏହାକୁ ତାଙ୍କ ପାଇଁ ଏକ କଷ୍ଟକର ସମୟ ବୋଲି ବର୍ଣ୍ଣନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ସେ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଆଜି ପଲାଶ ଏବଂ ସ୍ମୃତି ସେମାନଙ୍କର ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଅଫିସିଆଲି ବିବୃତ୍ତି ପ୍ରକାଶ କରିଛନ୍ତି। ବିବୃତ୍ତିରେ ଉଭୟ ସେଲିବ୍ରିଟି ସେମାନଙ୍କ ବିବାହ ଭାଙ୍ଗିଯିବା ଘୋଷଣା କରିଛନ୍ତି ଏବଂ ନିଜ ଜୀବନରେ ଆଗକୁ ବଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ବିବୃତ୍ତି ପରେ ପଲାଶ ଏବଂ ସ୍ମୃତିଙ୍କ ଇନ୍ଷ୍ଟାଗ୍ରାମ ଫଲୋଅର୍ସ ତାଲିକା ଯାଞ୍ଚ କରିବାରୁ ପଲାଶ କିମ୍ବା ସ୍ମୃତି କେହି କାହାକୁ ଫଲୋ କରି ନାହାନ୍ତି। ଏହା ସ୍ପଷ୍ଟ ଯେ, ବିବାହ ଭାଙ୍ଗିଯିବା ନିଶ୍ଚିତ ହେବା ମାତ୍ରେ ଉଭୟ ସେଲିବ୍ରିଟି ପରସ୍ପରକୁ ଅନଫଲୋ କରିଦେଇଛନ୍ତି।