ଲୁଟେରାଙ୍କ କବଜାରେ ରାଜଧାନୀ; ମାରଣାସ୍ତ୍ର ଦେଖାଇ ବେପାରୀଠୁ ଲୁଟ୍

0

ଦିନକୁ ଦିନ ରାଜ୍ୟ ରାଜଧାନୀରେ ବଢ଼ିବାରେ ଲାଗିଛି ଲୁଟେରାଙ୍କ ଦୌରାତ୍ମ୍ୟ। ଶୁକ୍ରବାର ଭୋର ସମୟରେ ବାଳକାଟି ଅଞ୍ଚଳର ଜଣେ ମାଛ ବେପାରୀଙ୍କୁ ଲୁଟିଛନ୍ତି ଲୁଟେରା। ନଗଦ ୫୦ ହାଜର ଟଙ୍କା ସହ ନିଜ ଗାଡ଼ିରେ ଯାଉଥିବା ସମୟରେ କଳ୍ପନା ଛକ ନିକଟରେ ୩ ଜଣ ଲୁଟେରା ଏକ ବାଇକରେ ଆସି ୫୦ ହଜାର ଟଙ୍କା ସହ ଗାଡ଼ି ମଧ୍ୟ ଛଡ଼ାଇ ନେଇଥିଲେ।ଲୁଟ୍ ହେବାର କିଛି ସମୟ ପରେ ଗାଡ଼ିଟିକୁ ଶିଶୁଭବନ ଛକ ନିକଟରେ ଠାବ କରାଯାଇଥିଲା ।ଏନେଇ ମାଛ ବ୍ୟବସାୟୀ ଥାନାରେ ଅଭିଯୋଗ କରିଛନ୍ତି। ଏଯାବତ୍ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ। ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.