ଅସନ୍ତୋଷ ଝାଡ଼ିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‌

0

ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ ଉପରେ ଖପ୍ପା ସୋଫିଆ ଫିର୍ଦ୍ଦୋସ; କହିଲେ, ଦଳ ମୋତେ କୌଣସି ବିଷୟରେ ଜଣାଉନାହିଁ କି ପଚାରୁନାହିଁ। ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା।ନୂଆପଡ଼ା ଉପନିର୍ବାଚନକୁ ମୋତ ଡକାଯାଇ ନ ଥିଲା। ମୋ ନିର୍ବାଚନ ମଣ୍ଡଳୀରେ କାହାକୁ ଯୋଡ଼ିଲେ ମୋତେ ଜଣାଉ ନାହାନ୍ତି। ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ପ୍ରଶ୍ନ କଲେ। ସମର୍ଥନ ଦେବା ନେଇ ଆମ ସହ ପରାମର୍ଶ କରାଯାଇ ନାହିଁ।

କଂଗ୍ରେସର ଆଜିର ସ୍ଥିତି କେବଳ ବିଜେଡି ପାଇଁ।ବିଜେଡି ସର୍ବଦା ବିଜେପି ସହ ମିଶିକି ରହି ଆସିଛି। ଦୁଇ ଦଳର ମୁଖ୍ୟ ଏକାଠି ସ୍ବାଧୀନ ପ୍ରାର୍ଥୀ ଘୋଷଣା କରିଥିଲେ ଇଜ୍ଜତ ରହିଥାନ୍ତା।କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି।ବ୍ୟକ୍ତିଗତ ହିସାବରେ ଯିଏ ଯାହାର ଭୋଟ୍‌ ଦେବେ- ସୋଫିଆ।ମୁଁ ନିଶ୍ଚୟ ଭୋଟ୍‌ ଦେବି, ଏହା ମୋର ଅଧିକାର।

Leave A Reply

Your email address will not be published.