ମହାନଦୀ ସଙ୍କଟର ସମାଧାନ ତ୍ରିବୁନlଲର ପରିସର ଭିତରେ ସମ୍ଭବ ନୁହଁ, ଦୁଇ ରାଜ୍ୟ ସରକାର ସମାଧାନର ରାସ୍ତା ଖୋଜନ୍ତୁ:ରାଜେନ୍ଦ୍ର ସିଂହ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଂପ୍ରତି ମହାନଦୀ ଆଜି ଚରମ ସଙ୍କଟ ଭିତରେ ବଞ୍ଚିବାର ରାହା ଖୋଜୁଛି । ଅଣ ମୌସୁମୀ ସମୟରେ ମହାନଦୀ ଶଯ୍ୟା ଶୁଖିଲା ପଡୁଛି। ମହାନଦୀ କୂଳରେ ଥିବା ଅନେକ ଗାଁ ଓ ସହରାଞ୍ଚଳରେ ପାଣି ମିଳୁ ନାହିଁ । ଜଳ ସେଚନ ଗଭୀର ଭାବରେ ପ୍ରଭାବିତ ହୋଇଛି। ନଦୀ ରୁ ମାଛ ମାରି ବଞ୍ଚୁଥିବା ଧୀବର ମାନେ ଜୀବିକା ହରାଇ ସାରିଲେଣି।
ବର୍ଷା ଦିନେ ବନ୍ୟା ର କରାଳ ରୂପ ମଧ୍ୟ ଆମେ ଦେଖୁଛୁ । ଏହି ଭଳି ଅବସ୍ଥାରେ ଓଡ଼ିଶା ସରକାର ଓ ଓଡିଶାର ନାଗରିକ ସମାଜ ଓ ରାଜନୈତିକ ଦଳ ମାନେ ଚୁପ୍ ହୋଇ ବସିରହିଲେ ଅବସ୍ଥା ସଙ୍ଗୀନ ହେବ ବୋଲି ଆଜି ଆଜି ଭୁବନେଶ୍ୱର ଠାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିନୀରେ ଜଳ ମାନବ ଡ ରାଜେନ୍ଦ୍ର ସିଂହ ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି ମହାନଦୀ ର ସମସ୍ୟା ଓ ସଙ୍କଟ ର ସମାଧାନ ପାଇଁ କେବଳ ଟ୍ରିବ୍ୟୁନାଲ ଉପରେ ନିର୍ଭର କଲେ ଚଳିବ ନାହିଁ । ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ଭିତରେ ଆପୋଷ ଆଲୋଚନା ର ଦ୍ଵାର ବନ୍ଦ ହେବା ଉଚିତ୍ ନୁହଁ। ଦୁଇ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଏଥି ପାଇଁ ପ୍ରୟାସ ଜାରି ରଖିବା ଦରକାର। ଏଥି ପାଇଁ ଦରକାର ପଡିଲେ ମଧ୍ୟସ୍ଥତା କରିବାକୁ ସେ ପ୍ରସ୍ତୁତ ବୋଲି ଡ ସିଂ ଆଜି କହିଛନ୍ତି ।
ରାଜ୍ୟ ସରକାର ଓଡ଼ିଶା ଭିତରେ ମହାନଦୀର ସୁରକ୍ଷା ପାଇଁ ପଦକ୍ଷେପ ନେବା ଜରୁରୀ। ଓଡ଼ିଶା ଭିତରେ ମହାନଦୀ ଅବବାହିକାରେ ଜଳ ସଂରକ୍ଷଣ ପାଇଁ ସରକାରଙ୍କ ପ୍ରୟାସ କାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ମହାନଦୀ ଆଜି ବହୁଳ ଭାବରେ ପ୍ରଦୂଷିତ। ମହାନଦୀ ର ଜମି ଜବର୍ ଦଖଲରେ। ଇଟାଭାଟି, ବାଲି ଓ ମାଟି ମାଫିଆ ମାନଙ୍କ କବଳରେ ଆଜି ମହାନଦୀ ଡହଳ ବିକଳ। ସରକାର ଏ ଦିଗରେ କିଛି ପଦକ୍ଷେପ ନନେବା ଅତ୍ୟନ୍ତ ପରିତାପର ବିଷୟ।
ଓଡ଼ିଶାର ରାଜନୀତିକ ଦଳ ମାନେ ସଂକୀର୍ଣ୍ଣ ସ୍ବାର୍ଥ ରୁ ଉପରକୁ ଯାଇ ମହାନଦୀ ର ସୁରକ୍ଷା ପଇଁ ଏକାଠି ହେବାକୁ ସେ ଆହ୍ବାନ ଦେଇଥିଲେ। ନାଗରିକ ସମାଜ ଏଥି ପାଇଁ ଆଗେଇ ଆସିବା ଜରୁରୀ ବୋଲି ସେ କହିଥିଲେ। ସେଥି ପାଇଁ ଆସନ୍ତା ୭ ତାରିଖରେ ସି ୱାଇ ଏସ ଡି ଠାରେ ଏକ ଆଲୋଚନା ସଭା ଆୟୋଜିତ ହୋଇଛି। ଏଥିରେ ରାଜନୈତିକ ଦଳ, ଜନ ଆନ୍ଦୋଳନ, ସାମାଜିକ ଅନୁଷ୍ଠାନର ନେତୃତ୍ୱ ତଥା ବୁଦ୍ଧିଜୀବୀ ମାନଙ୍କୁ ଆମନ୍ତ୍ରଣ କରା ଯାଇଛି। ଅନୁରୂପ ଭାବରେ ପୁରୀ ଠାରେ ବନ୍ୟା ଓ ମରୁଡି ଉପରେ ଜାତୀୟ ଜଳ ସମ୍ମିଳନୀ ମଧ୍ୟ ଆସନ୍ତା ୮ ଓ ୯ ତରିକରେ ଅନୁଷ୍ଠିତ ହେବ। ଆଜିର ସାମ୍ବାଦିକ ସମ୍ମିଳନୀ ରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ, ସଂଯୋଜକ ବିଜୟ ପ୍ରଧାନ, ନଦୀ ସୁରକ୍ଷା ସମିତି ର ଆବାହକ ଅଶ୍ଵିନୀ ମହାପାତ୍ର , ଅଶୋକ ପାଇକରାୟ, ସଚି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।