ଓଡ଼ିଆ ନ୍ୟୁଜ୍: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଗିରଫ।ଜାତୀୟ ସୁରକ୍ଷା ଆଇନ୍ ବଳରେ ଗିରଫ କଲା ଲଦାଖ ପୋଲିସ। ଲେହରେ ବ୍ୟାପକ ହିଂସା ପାଇଁ ସୋନମ ୱାଙ୍ଗଚୁକ୍ ଗିରଫ।ଉସୁକାଇବା ଭଳି ଭାଷଣ ଦେବା ଅଭିଯୋଗରେ ଗିରଫ।ବୁଧବାର ଲଦାଖରେ ହୋଇଥିବା ହିଂସାତ୍ମକ ପ୍ରତିବାଦରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯୦ରୁ ଅଧିକ ଆହତ ହୋଇଥିଲେ।
ଲେହ ଆପେକ୍ସ ବଡି ଏବଂ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସ ସହିତ ୱାଙ୍ଗଚୁକ୍ ପ୍ରତିବାଦ ଆରମ୍ଭ କରିଥିଲେ। ପ୍ରଦର୍ଶନକାରୀମାନେ ରାଜ୍ୟ ମାନ୍ୟତା ଏବଂ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ହିଂସା ପାଇଁ ସୋନମ ୱାଙ୍ଗଚୁକଙ୍କୁ ଦାୟୀ କରିଥିଲେ କେନ୍ଦ୍ର ସରକାର।ଦାବି ପୁରଣ ପାଇଁ ଚାପ ପକାଇବାକୁ ୱାଙ୍ଗଚୁକ୍ ସେପ୍ଟେମ୍ବର ୧୦, ୨୦୨୫ରେ ଅନଶନ ମଧ୍ୟ ଆରମ୍ଭ କରିଥିଲେ, ଏବଂ ବୃଦ୍ଧି ପାଉଥିବା ହିଂସା ଉପରେ ଚିନ୍ତା ପ୍ରକାଶ କରି ସେପ୍ଟେମ୍ବର ୨୪ରେ ଏହାକୁ ସମାପ୍ତ କରିଥିଲେ।