ସୋନମ ୱାଙ୍ଗଚୁକ୍‌ଙ୍କ ନାଁରୁ NSA ହଟିଲା

0

ଓଡ଼ିଆ ନ୍ୟୁଜ୍: ସୋନମ ୱାଙ୍ଗଚୁକ୍‌ଙ୍କ ନାଁରୁ NSA ହଟାଇଲେ ସରକାର। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ସୂଚନା। ଲଦାଖରେ ଶାନ୍ତି ବଜାୟ ରଖିବା ନେଇ ଉଦ୍ୟମ ଜାରି ରହିବ।୨୦୨୫ ସେପ୍ଟେମ୍ବର ୨୬ରୁ NSAରେ ଅଟକ ଥିଲେ ୱାଙ୍ଗଚୁକ୍‌।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ସରକାର ଲଦ୍ଦାଖରେ ଶାନ୍ତି, ସ୍ଥିରତା ଏବଂ ପରସ୍ପର ମଧ୍ୟରେ ବିଶ୍ୱାସର ମାହୋଲ ବନାଇବା ପାଇଁ ପ୍ରତିବଦ୍ଧ ଅଛନ୍ତି । ଏନଏସଏ ହଟାଇବା ନିଷ୍ପତ୍ତି ସମସ୍ତଙ୍କ ସହ ଆଲୋଚନା କରି ନିଆଯାଇଛି । ସବୁ ପକ୍ଷ ଏବଂ ସ୍ଥିତିକୁ ନଜରରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି ।

ସରକାରଙ୍କ କହିବାନୁସାରେ, ସୋନମ ମୁକ୍ତ ହେଲା ପରେ ଲଦ୍ଦାଖରେ ଚାଲିଥିବା ଅସ୍ଥିରତା ଶେଷ ହେବ । ସୋନମ ଗତ କିଛି ଦିନ ଧରି ଲଦ୍ଦାଖକୁ ଷଷ୍ଠ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି କରୁଛନ୍ତି । ଆହୁରି ମଧ୍ୟ ଲଦ୍ଦାଖକୁ ରାଜ୍ୟର ମାନ୍ୟତା ମିଳୁ ବୋଲି ସେ ଆନ୍ଦୋଳନ କରୁଛନ୍ତି ।

Leave A Reply

Your email address will not be published.