ଆଜି ଇଡି ଅଫିସରେ ହାଜର ହେବେ ସୋନିଆ: ସାରା ଦେଶରେ କଂଗ୍ରେସର ପ୍ରତିବାଦ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନ୍ୟାସନାଲ ହେରାଲ୍ଡ କେସରେ ଛନ୍ଦି ହୋଇଛନ୍ତି ଗାନ୍ଧୀ ପରିବାର । ପ୍ରଥମେ ରାହୁଲ ଗାନ୍ଧୀ ଓ ଏବେ ସୋନିଆ ଗାନ୍ଧୀ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଇଡିରେ ହାଜର ହେବେ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡି ସୋନିଆଙ୍କୁ ସମନ କରି ଆଜି ହାଜର ହେବାକୁ କହିଥିଲା । ଏହାପୂର୍ବରୁ ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜେରା କରିସାରିଛି ଇଡି । ରାହୁଲଙ୍କୁ ଇଡି ଜେରା କରିବା ବେଳେ କଂଗ୍ରେସ ନେତା ଇଡି ଅଫିସ ଏବଂ ବିଭିନ୍ନ ରାଜ୍ୟରେ ପ୍ରତିବାଦ କରିଥିଲେ । କେନ୍ଦ୍ରର ଶାସକ ଦଳ ପ୍ରତିଷୋଧକ ମୂଳକ ରାଜନୀତି କରି ଏପରି କରୁଛି ବୋଲି ଦଳ ଅଭିଯୋଗ କରିଥିଲ। ।

ଆଜି ସୋନିଆ ଗାନ୍ଧୀ ଇଡିରେ ହାଜର ହେବା ବେଳେ ସମାନ ରଣନୀତି କଂଗ୍ରେସ ଆପଣାଇବ ବୋଲି ଜଣାପଡିଛି । ଗତମାସରେ ଇଡି ସୋନିଆ ଗାନ୍ଧୀଙ୍କୁ ସମନ କରିଥିଲା । କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସୋନିଆ ଗାନ୍ଧୀ ହାଜର ହୋଇପାରିନଥିଲୋ ଏହି ମାମଲାରେ ଆସୋସିଏଟେଡ୍ ଜର୍ଣ୍ଣାଲସ୍ ଲିମିଟେଡ୍ ଏବଂ ୟଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ହୋଇଥିବା ଆରô୍ଥକ କାରବାର ସନ୍ଦେହ ଘେରରେ ରହିଛି । ଯାହାର ତଦନ୍ତ ପାଇଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ବୟାନକୁ ପିଏମଏଲଏ ଅଧୀନରେ ରେକର୍ଡ କରିବାକୁ ଚାହୁଁଛି । ଅନ୍ୟପଟେ ଏହାକୁ ବିରୋଧ କରି ସାରା ଦେଶରେ କଂଗ୍ରେସ ପ୍ରତିବାଦ, ବିକ୍ଷୋଭ ଓ ରାଲିର ଆୟୋଜନ କରିଛି । କେନ୍ଦ୍ର ସରକାରଙ୍କ ଇଏ ଏକ ଚାଲ୍ ବୋଲି ଅଭିଯୋଗ କରି ସାରା ଦେଶରେ ବିକ୍ଷୋଭ କରୁଛି କଂଗ୍ରେସ ।

 

Leave A Reply

Your email address will not be published.