ଅମିତ ଶାହ ଓ ବିଜେପି ଯାତ୍ରା’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ବକ୍ତବ୍ୟ, ‘ରାଜନୀତି ଏକ ପାର୍ଟ ଟାଇମ ଜବ୍ ନୁହେଁ’
ଓଡିଆ ନ୍ୟୁଜ୍(ବ୍ୟୁରୋ);‘ଅମିତ ଶାହ ଓ ବିଜେପି ଯାତ୍ରା’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସମ୍ବାଦ ଖବର କାଗଜ ସମ୍ପାଦକ ତଥା ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଅଭିଭାଷଣ । ରାଜନୀତି ଏକ ପାର୍ଟ ଟାଇମ ଜବ୍ ନୁହେଁ । ରାଜନୀତିକୁ ବୃତ୍ତି କରି ୨୪X୭ କାମ କରିବାକୁ ପଡ଼ିବ । ଯାହାକି ଅମିତ ଶାହ ବହିରେ ଉଲ୍ଲେଖ ଅଛି । ଗଣତନ୍ତ୍ର ଓ ରାଜନୀତି ସମ୍ପର୍କରେ ରାଜନୀତି ବିଜ୍ଞାନରେ ଯାହା ସବୁ ପଢା ଯାଉଥିଲା ସେ ସବୁ ଆଉ ଘଟୁ ନାହିଁ । ନିର୍ବାଚନ ଜିତିବା ହେଉଛି ସବୁ ରାଜନୈତିକ ଦଳର ଲକ୍ଷ୍ୟ ।

ଯଦି ଏଥିରେ ସଂସ୍କାର ନଆସିବ ତାହେଲେ ଗଣତନ୍ତ୍ର ବେଶୀ ଦିନ ତିଷ୍ଠି ପାରିବ ନାହିଁ । ସରପଞ୍ଚ ଜିତିବା ପାଇଁ ମଧ୍ୟ 30ରୁ 40 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଜିତିବା ପାଇଁ ନେତାଙ୍କର ଆଚରଣ ଓ ଉଚ୍ଚାରଣ ବଦଳି ଯାଉଛି । ଅମିତ ଶାହ ୟୁପି ଜିତିବା ପଛରେ ସୋସିଆଲ୍ ଈଂଜିନିୟରିଂ ପ୍ରମୁଖ କାରଣ । ଭାଷା, ଜାତି, ଧର୍ମକୁ ପଛରେ ପକାଇ ହିତାଧିକାରୀ (ଲାଭାର୍ଥି) ବର୍ଗ ତିଆରି କରିବାକୁ ପଡ଼ିବ । ଯାହାଦ୍ୱାରା 30 ପ୍ରତିଶତ ଭୋଟ କେହି କାଟି ପାରିବେ ନାହିଁ । ରାଜନୀତିରେ ଅର୍ଥର ପ୍ରଭାବକୁ ବାଦ ଦେଇ ସମର୍ପଣ ଭାବ ସହ ତୃଣମୂଳ ସ୍ତରରେ ଯୋଡ଼ି ହେବା । ନିର୍ବାଚନରେ ମାତ୍ର 10 ହଜାର ଭୋଟ ବି ଯେଉଁ ମାନେ ପାଉନାହାନ୍ତି ତାଙ୍କୁ ପରବର୍ତ୍ତୀ ନିର୍ବାଚନରେ ଟିକେଟ ଦେବା ଅନୁଚିତ । ଏଭଳି ପଦକ୍ଷେପ ରାଜନୈତିକ ଦଳ ମାନଙ୍କୁ ନେବାକୁ ପଡ଼ିବ ।
‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ ।
ବିଜେପି ଏବେ ରାଜ୍ୟର ଦୁଇ ନମ୍ବର ଦଳ । ଅନେକ ସମାଲୋଚକ କହୁଛନ୍ତି କେବେ ଏକ ନମ୍ବର ଦଳ ହେବ । ଏକ ନମ୍ବର ହେବା ଦଳ ପ୍ରକ୍ରିୟା ଜାରି ରଖିଛି । ରାଜ୍ୟର ଜନ କଲ୍ୟାଣ ପାଇଁ ବିଜେପିକୁ ସେବା କରିବାର ସୁଯୋଗ ମିଳିବ । ବିଜେପି ଗୋଟିଏ ସମୟରେ 12ରୁ 14 ପ୍ରତିଶତ ଭୋଟ ପାଉଥିଲା ଏବେ 30ରୁ 38 ପ୍ରତିଶତ ଭୋଟ ପାଇବାରେ ସକ୍ଷମ ହୋଇଛି । ସୌମ୍ୟ ରଞ୍ଜନ ଯେଉଁ ଲାଭାର୍ଥି କଥା କହୁଛନ୍ତି, ତାହା ହେଲା, ଗରିବ ଲୋକଙ୍କ ପାଖରେ ଘର, ଜଳ, ପହଞ୍ଚାଇବା । କେଵଳ ଶାସନକୁ ଉପଭୋଗ ନୁହେଁ, ଲୋକଙ୍କୁ ଯୋଡିବାର ମନ୍ତ୍ର ଏହି ବହିରେ ଅଛି । ୧୮୧୭ ହିଁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।