ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୂର୍ବତନ ଭାରତୀୟ ଭେଟେରାନ କ୍ରିକେଟର ସୌରଭ ଗାଙ୍ଗୁଲି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଏହି ଅବସରରେ ସେ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ବର୍ତ୍ତମାନ ଏପର୍ୟ୍ୟନ୍ତ ତାଙ୍କର କ୍ରିକେଟ ଯାତ୍ରା ପାଇଁ ପ୍ରଶଂସକ ଏବଂ ସାଥୀ ଖେଳାଳିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସୋସିଆଲ ମିଡିଆ ଏକ ପୋଷ୍ଟ ସେୟାର କରି ଗାଙ୍ଗୁଲି କହିଛନ୍ତି, “ଆଜି ମୁଁ ଏପରି କିଛି ଆରମ୍ଭ କରିବାକୁ ଯୋଜନା କରୁଛି ଯାହା ମୋର ବୋଧହୁଏ ଅନେକ ଲୋକଙ୍କୁ ସାହାଯ୍ୟ କରିବ। ମୁଁ ଆଶା କରୁଛି ଯେ ମୁଁ ମୋ ଜୀବନର ଏହି ଅଧ୍ୟାୟରେ ପ୍ରବେଶ କଲାବେଳେ ଆପଣ ଆପଣଙ୍କର ସମର୍ଥନ ଜାରି ରଖିବେ।”
ଗାଙ୍ଗୁଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୋଲକାତାରେ ତାଙ୍କ ବାସଭବନରେ ରାତ୍ରୀ ଭୋଜନ କରିବାର କିଛି ଦିନ ପରେ ଏହି ପୋଷ୍ଟ ଆସିଛି। ଏହା ପରେ ସେ ରାଜନୀତିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।