ଓଡ଼ିଆ ନ୍ୟୁଜ୍: ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା । ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଟ୍ରଫି ଜିତି ଇତିହାସ ରଚିଲା । କାରଣ ଦଳ ୨୭ ବର୍ଷ ପରେ କୌଣସି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି । ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚରେ ୫ ଓ୍ୱିକେଟରେ ପରାସ୍ତ କରିଛି । ଆଉ ଚୋକର୍ସରୁ ଚାମ୍ପିୟନ ହୋଇଛି । ୨୮୨ ଟାର୍ଗେଟକୁ ୫ ୱିକେଟ ହରାଇ ହାସଲ କଲା ଦକ୍ଷିଣ ଆଫ୍ରିକା।ମାର୍କରାମଙ୍କ ୧୩୬ ରନ୍ର ମ୍ୟାଚ୍ ବିଜୟୀ ଇନିଂସ୍। ଏକମାତ୍ର ICC ଟ୍ରଫି ଭାବେ ୧୯୯୮ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଟିମ୍।
ପ୍ରଥମ ପାଳିରେ ୭୪ ରନ୍ ପଛୁଆ ରହିବା ସତ୍ତ୍ବେ ଦ୍ବିତୀୟ ପାଳିରେ ଭଲ ବ୍ୟାଟିଂ କରି ବିଜୟ ସମ୍ଭାବନା ଦକ୍ଷିଣ ଆଫ୍ରିକାର ବିଜୟ ସମ୍ଭାବନା ବଢ଼ାଇଥିଲା । ଅଷ୍ଟ୍ରେଲିଆର ଦ୍ବିତୀୟ ପାଳି ୨୦୭ ରନ୍ରେ ଅଟକିଯିବାରୁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୮୨ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟର ବଭୁମା ଓ ମାର୍କରାମଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କଙ୍ଗାରୁ ଦଳକୁ ପରାଜୟର ରାସ୍ତା ଦେଖାଇଛି । ମାର୍କରାମଙ୍କ ଶତକ ଏବଂ ଅଧିନାୟକ ତେମ୍ବା ବଭୁମାଙ୍କ ଅର୍ଦ୍ଧଶତକ ଦକ୍ଷିଣ ଆଫ୍ରିକାକୁ ଦୃଢ଼ ସ୍ଥିତି ଦିଗରେ ଆଗେଇ ନେଇଥିଲା । ତୃତୀୟ ଦିନ ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ୨ ୱିକେଟ୍ ହରାଇ ୨୧୩ ରନ୍ ସଂଗ୍ରହ କରିଥିଲା । ଆଉ ଶେଷରେ ୫ ଓ୍ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଦଳ ଟେଷ୍ଟ ଚାମ୍ପିୟନସିପରେ ବିଜୟୀ ହୋଇଛି ।