‘ରଥ ଉପରକୁ ମୋବାଇଲ ମନା’

0

ଓଡ଼ିଆ ନ୍ୟୁଜ୍: ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା।ନିର୍ଦ୍ଧାରିତ ସମୟ ଅନୁସାରେ ରଥଟଣା ଉପରେ ମୋହର ଲାଗିଛି। ରଥରେ କୌଣସି ସେବକ ମୋବାଇଲ ବ୍ୟବହାର କରିପାରିବେ ନାହିଁ।ରଥ ଟଣା ବେଳେ ଅଣସେବକ ରଥ ଉପରକୁ ଯାଇ ପାରିବେ ନାହିଁ।ଏପରିକି ସେବକଙ୍କ ସହାୟକ ମଧ୍ୟ ବସି ପାରିବେ ନାହିଁ’।ଯଦି ଅଣସେବକ ଚଢ଼ିବେ ତାହେଲେ ମୋକଦ୍ଦମା କରାଯିବ।ଗତବର୍ଷ ରଥ ଉପରକୁ ମୋବାଇଲ୍ ନେଇ କଟକଣା ଥିଲା । ଏହାସତ୍ତ୍ୱେ କିଛି ସେବାୟତ ରଥ ଉପରକୁ ମୋବାଇଲ୍ ନେଇଥିଲେ । ତେଣୁ ଏଥର ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କିଭଳି କାର୍ଯ୍ୟକାରୀ ତାକୁ ଦେଖିବାକୁ ବାକି ରହିଲା।

ଗତବର୍ଷ ଭଳି ଏବର୍ଷ ମଧ୍ୟ ସେବାୟତମାନେ ମୋବାଇଲ ନେଇ ରଥ ଉପରକୁ ଚଢ଼ିପାରିବେ ନାହିଁ । ରଥ ଉପରେ ଏବଂ ପହଣ୍ଡି ସମୟରେ ମୋବାଇଲ ସମ୍ପୂର୍ଣ୍ଣ ବାରଣ ହେବ । ଆଜି ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଛଦ୍ମବେଶଧାରୀ ବା ଅଣସେବାୟତ ଚିହ୍ନଟ ହେଲେ ସେମାନଙ୍କ ବିରୋଧରେ ଏତଲା ଦିଆଯିବ । ଏମିତିକି ଫୌଜଦାରୀ ମକଦ୍ଦମା କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

Leave A Reply

Your email address will not be published.