ଓଡ଼ିଶାରେ ପଶିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

0

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍‌): ଆଜି ଓଡ଼ିଶାରେ ପଶିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।ମୌସୁମୀ ବାୟୁ ପ୍ରଭାବରେ ଓଡ଼ିଶାର ଦକ୍ଷିଣାଞ୍ଚଳରେ ଥିବା କେତେକ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ଅଛି। ଏହାଛଡ଼ା, ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କହିଛି ଓଡ଼ିଶାର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ସତର୍କ ରହିାକୁ କୁହାଯାଇଛି ।

ଉତ୍ତର ଅଭ୍ୟନ୍ତର ଓଡ଼ିଶାର କେତେକ ଜିଲ୍ଲା, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବାଲେଶ୍ବର ଏବଂ ଭଦ୍ରକ ଆଦି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସଙ୍ଗେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି। ଏହାଛଡ଼ା, ଅଭ୍ୟନ୍ତର ଓଡ଼ିଶାର କେତେକ ଜିଲ୍ଲା, ଗଜପତି, ଗଞ୍ଜାମ ଏବଂ ଓଡ଼ିଶାର ବାକି ଜିଲ୍ଲାମାନଙ୍କରେ ମଧ୍ୟ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.