ଶସ୍ତା ହେବ ସୋୟାବିନ୍ ଓ ସନଫ୍ଲାୱାର ତେଲ !

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବେଲଗାମ୍ ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । କେନ୍ଦ୍ର ସରକାର ଆମଦାନୀ ହେଉଥିବା ତେଲ ଉପରେ ଟିକସ ଛାଡ କରିଛନ୍ତି । ବିନା ଶୁଳ୍କରେ ୨୦ ଲକ୍ଷ ଟନ୍ ଖାଇବା ତେଲ ଆମଦାନୀ କରିବା ପାଇଁ ଅନୁମତି ଦେଇଛନ୍ତି ।

ସୋୟାବିନ୍ ଓ ସନଫ୍ଲାୱାର ତେଲ ଆମଦାନୀ ଉପରେ ଶୁଳ୍କ, କୃଷି ଓ ଭିତ୍ତିଭୂମି ବିକାଶ ଶେସ୍ ଲାଗୁ କରାଯିବ ନାହିଁ । ୨୦୨୨-୨୩ ଓ ୨୦୨୩-୨୪ ଦୁଇ ଆର୍ଥିକ ବର୍ଷ ପାଇଁ ହି ନିଷ୍ପତ୍ତି ବଳବତ୍ତର ରହିବ । ଦେଶ ଭିତରେ ଖାଇବା ତେଲ ବିଶେଷ କରି ସୋୟାବିନ୍ ତେଲ ଓ ସନଫ୍ଲାୱାର ତେଲର ଦାମ୍ କମିବାରେ ଏହା ବିଶେଷ ସହାୟକ ହେବ ।

Leave A Reply

Your email address will not be published.