ଚୀନ ବିଦେଶମନ୍ତ୍ରୀଙ୍କୁ ସିଧାସିଧା ଶୁଣେଇଲେ ଜୟଶଙ୍କର, କହିଲେ ସୀମାରେ ଶାନ୍ତି ନ ଆସିଲେ ସଂପର୍କ ସୁଧିୁରିବନି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୁରୁବାର  ନିଜର ଚୀନ୍ ପ୍ରତିପକ୍ଷ କିନ ଗାଙ୍ଗ ଙ୍କ ସହ  ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଏହି ଅବସରରେ ସେ ପୂର୍ବ ଲଦାଖରେ ଚାଲିଥିବା ସୀମା ବିବାଦର ସମାଧାନ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ପାଇଁ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେଇଥିଲେ । ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ)ର ବୈଦେଶିକ ମନ୍ତ୍ରୀ ପରିଷଦ (ସିଏଫ୍ଏମ୍)ର ବୈଠକ ଅବସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏ ସଂପର୍କରେ ଜୟଶଙ୍କର ଟୁଇଟ୍ କରି କହିଛନ୍ତି ଯେ ବିବାଦୀୟ ସମସ୍ୟାର ସମାଧାନ ଏବଂ ସୀମାନ୍ତ ଅଞ୍ଚଳରେ ଶାନ୍ତି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏ ସଂପର୍କାକରେ ଗାଙ୍ଗଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଛି।  ବିବାଦୀୟ ସମସ୍ୟାର ସମାଧାନ ଏବଂ ସୀମାନ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏସସିଓ, ଜି-୨୦ ଏବଂ ବ୍ରିକ୍ସ (ବ୍ରାଜିଲ-ରୁଷିଆ-ଭାରତ-ଚୀନ-ଦକ୍ଷିଣ ଆଫ୍ରିକା) ସହ ଜଡ଼ିତ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ବୋଲି ଜୟଶଙ୍କର କହିଛନ୍ତି। ଗତ ଦୁଇ ମାସ ମଧ୍ୟରେ ଜୟଶଙ୍କର ଓ କାଙ୍ଗଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବୈଠକ। ଗତ ମାର୍ଚ୍ଚ ମାସରେ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବାକୁ ଆସିଥିଲେ ଚୀନର ବୈଦେଶିକ ମନ୍ତ୍ରୀ । ଏହି ବୈଠକ ଅବସରରେ ଜୟଶଙ୍କର କାଙ୍ଗଙ୍କ ସହ ଆଲୋଚନା କରିଥିଲେ ଏବଂ ଏହି ସମୟରେ ସେ ତାଙ୍କ ଚୀନ୍ ପ୍ରତିପକ୍ଷଙ୍କୁ କହିଥିଲେ ଯେ ପୂର୍ବ ଲଦାଖରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ରହିଛି ଅସ୍ୱାଭାବିକ ।

Leave A Reply

Your email address will not be published.