ଆମସାର ଆକ୍ଟ ନମାନି ଶ୍ରୀମନ୍ଦିର ଚତୁର୍ପାର୍ଶ୍ବରେ ହୋଇଛି ନିର୍ମାଣ, ଏନଏମଏର ଏନଓସିକୁ ସତ୍ୟମେବ ଜୟତେ ବୋଲି କହିଲେ ଅପରାଜିତା ଷଡ଼ଙ୍ଗୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଏନଏମଏର ଏନଓସିକୁ ସତ୍ୟମେବ ଜୟତେ ବୋଲି କହିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।। ଧର୍ମର ଜୟ ହୋଇଛି। କିଛି ମାସ ତଳେ ରାଜ୍ୟରେ ସମସ୍ତେ ଅନ୍ଦୋଳନ କରିଥିଲେ। ଚାଲି ଚାଲି ପୁରୀ ଯାଇଥିଲୁ । ରାଜ୍ୟ ସରକାର ଆମସାର ଆକ୍ଟ ମାନି ନିର୍ମାଣ କାର୍ଯ୍ୟ କରନ୍ତୁ। ଆମକୁ ଅମର ଐତିହ ଭୁତ ପ୍ରିୟ। ସେତେବେଳେ ରାଜ୍ୟ ସରକାର କର୍ଣ୍ଣପାତ କରି ନଥିଲେ। ହେଲେ ଏବେ କଣ ହେଲା। ଏନଏମଏ କୁ ବହୁତ ବହୁତ ଧନ୍ୟବାଦ। ପରେ ଏନଏମଏ ପକ୍ଷରୁ ଆଉ ଥରେ ମଗାଯିବା ପରେ ରାଜ୍ୟ ସରାକାର ରିଭାଇଜ ଡ଼ିପିଆର ଦେଲେ। ଡ଼ିପିଆରକୁ ବହୁତ ଭଲ ଭାବେ ସମୀକ୍ଷା କରିଥିବାରୁ ଏନଏମଏକୁ ଧନ୍ୟବାଦ। ରାଜ୍ୟ ସରକାର ଏଏସଆଇ ସହ ମିଶି ରାଜ୍ୟ ସରକାର କାମ କରନ୍ତୁ।

ରିସେପସନ୍ ସେଣ୍ଟର ୧୦୦  ମିଟର ଭିତରେ ସରକାର ନିର୍ମାଣ କରୁଥିଲେ। ତାକୁ ୧୦୦ ମିଟର ବାହାରାକୁ କରିବାକୁ କୁହାଯାଇଛି। ଏହା ସହ 100 ମିଟର ଭିତରେ ମଧ୍ୟ ପରାମର୍ଶ କେନ୍ଦ୍ର, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଏଟିଏମ କିଓସ୍କୋ ବିଭିନ୍ନ ସବୁ ନିର୍ମାଣ କାରିବାକୁ ଚାହୁଁଥିଲେ। ହେଲେ ଏନଏମଏ କୌଣସି ବିଲଡିଂ 100 ମିଟର ଭିତରେ ହେବ ନାହିଁ ବୋଲି ମନା କରିଛନ୍ତି। ସମାନ ଭାବେ ଏକାମ୍ର ଏବଂ କୋଣାର୍କ ଐତିହ ପ୍ରକଳ୍ପକୁ ମଧ୍ୟ ଏନଓସି ଦେଇଛନ୍ତି। ଅର୍ଥାତ ଆମସାର ଆକ୍ଟକୁ ସରକାର ମାନିବାକୁ ବାଧ୍ୟ। ବହୁତ ଦୁଖର କଥା ଯଦି ପାଠ ପଢିକି, ସବୁ ପକ୍ଷକୁ ବୁଝି କି ଏଏସଆଇର ମତାମତ ନେଇ ଏସବୁ କରିଥାନ୍ତେ ତାହେଲେ କୋଟି କୋଟି ଟଙ୍କା ନଷ୍ଟ ହୋଇ ନଥାନ୍ତା। ରାଜ୍ୟ ରାଜାକୋଷରୁ ଏହି ଅର୍ଥ ଗଲା ଏଥି ପଇଁ ଦାୟୀ କିଏ ତାର ଉତ୍ତର ସାଢେ 4 କୋଟି ଓଡ଼ିଆଙ୍କ ପାଖରେ ରଖନ୍ତୁ ବୋଲି ଦାବୀ କଲେ ଅପରାଜିତା।.

Leave A Reply

Your email address will not be published.