କଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ? ଆଜି ସୁପ୍ରିମକୋର୍ଟରେ ଶୁଣାଣି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଆଜି  ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହେବ ଶୁଣାଣି। ଜଷ୍ଟିସ ବି.ଆର ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ମାମଲାର ବିଚାର କରିବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ରହିତାଦେଶ ଲଗାଇବାକୁ ପିଟିସନକାରୀ ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ କୁମାର ଘଡ଼େଇ ଭିନ୍ନ ଭିନ୍ନ ଆବେଦନ କରିଛନ୍ତି । ଉଭୟ ପିଟିସନକୁ ଏକାଠି ଶୁଣାଣି କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜ୍ୟ ସରକାର ଓ ଏଏସଆଇକୁ ମଧ୍ୟ ପକ୍ଷ ରଖିବାକୁ କୁହାଯାଇଛି ।

ଅର୍ଦ୍ଧେନ୍ଦୁଙ୍କ ପାଇଁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନି ଲଢୁଥିବା ବେଳେ ସୁମନ୍ତଙ୍କ ପାଇଁ ମାମଲା ପରିଚାଳନା କରୁଛନ୍ତି ଗୌତମ ଦାସ । ସେହିଭଳି ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟର ଆଡଭୋକେଟ୍ ଅନ୍ ରେକର୍ଡ ଗୌରବ ଖନ୍ନା କାଭିଏଟ୍ ଫାଇଲ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଗଲା କିଛି ଦିନ ଧରି ବିବାଦ ଲାଗି ରହିଛି । ମାମଲା ହାଇକାର୍ଟରେ ବିଚାରାଧୀନ ରହିଛି । ହାଇକୋର୍ଟ କାମ ଉପରେ କୌଣସି ରହିତାଦେଶ ଦେଇନାହାନ୍ତି । ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଏଏସଆଇ କାମକୁ ଏନଓସି ନ ଥିବା ଉଲ୍ଲେଖ କରିଛି ।

Leave A Reply

Your email address will not be published.