ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ହେଉଛି ପବିତ୍ର ଶ୍ରୀ ରାମ ନବମୀ। ଏଥିପାଇଁ ଉତ୍ସବ ମୁଖର ହୋଇ ପଡିଛି ଭଦ୍ରକ ସହର. ଗେରୁଆ ପତାକାରେ ଅଚ୍ଛାଦିତ ହୋଇ ପଡିଛି ତମାମ ସହର। ଐତିହାସିକ ଗାନ୍ଧୀ ପଡିଆ ଠାରେ ଚାଲିଥିବା ତ୍ରିଦିବାସୀୟ ଶ୍ରୀ ରାମ ମହା ଯଂଜ୍ଞ ର ଆଜି ପୂର୍ଣ୍ଣାହୁତି ହେବ ସନ୍ଧ୍ୟାରେ। ସେହିପରି ଆଜି ଦିବା ୩ ଘଟିକା ଠାରୁ ନେହେରୁ ଷ୍ଟାଡିୟମ ଠାରୁ ବାହାରିବ ବିରାଟ ନଗର ସଂକୀର୍ତନ ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ୧୦୦ ରୁ ଅଧିକ ମେଢ଼ ବିଭିନ୍ନ ଅଂଚଳରୁ ଆସି ସାମିଲ ହେବା ସହିତ ନାମ ସଂକୀର୍ତନ ଦଳ ମଧ୍ୟ ଯୋଗ ଦେବେ। ଏହା ସହର ପରିକ୍ରମା କରିବ। ଏଥିରେ ଲକ୍ଷାଧିକ ରାମ ଭକ୍ତ ଯୋଗ ଦେବେ। ତେବେ ଆଜି ଗାନ୍ଧୀ ପଡିଆ ଠାରେ ଚାଲିଥିବା ଶ୍ରୀ ରାମ ମହା ଯଂଜ୍ଞ ସହିତ ମର୍ଯ୍ୟାଦା ପୁରୁଷଉତ୍ତମ ଶ୍ରୀରାମଙ୍କ ପୂଜାର୍ଚନା ଚାଲିଥିବାରୁ ଶ୍ରଦ୍ଧାଳୁ ମାନେ ସେଠାକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି।
ତେବେ ଆଜି ରାମ ନବମୀ ଓ ନଗର ସଂକୀର୍ତନ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପିତ କରିବା ପାଇଁ ଭଦ୍ରକ ସହର ସହିତ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ଅଂଚଳ ରେ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେଥିମଧ୍ୟରୁ 2 ପ୍ଲାଟୁନ ରାପିଡ଼ ଆକ୍ସନ ଫୋର୍ସ ମଧ୍ୟ ରହିଛନ୍ତି। ସେହିପରି 2 ଜଣ ଅତିରିକ୍ତ ଏସପି.12 ଜଣ ଡି ଏସ ପି.25 ଜଣ ଇନ୍ସପେକ୍ଟର.100 ଜଣ ଏସ ଆଇ ଓ ଏ ଏସ ଆଇ ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ରେ ରହିଛନ୍ତି .