ଓଡ଼ିଆ ନ୍ୟୁଜ୍: ବାରାବାଙ୍କୀ ଅବସାନେଶ୍ବର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ।ବିଦ୍ୟୁତ ଆଘାତରେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ପରେ ଦଳାଚକଟା ସ୍ଥିତି।ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ସେଡ ତଳେ ଆଶ୍ରୟ ନେଇଥିଲେ ୨ ଶ୍ରଦ୍ଧାଳୁ।ଦଳାଚକଟା ସ୍ଥିତି ସୃଷ୍ଟି ହେବା ପରେ ୨୭ ଜଣ ଆହତଉତ୍ତରାଖଣ୍ଡର ହରିଦ୍ୱାର ଜିଲାର ମନସା ଦେବୀ ମନ୍ଦିରରେ ଦଳାଚକଟା ଘଟଣାର ଠିକ ପରଦିନ, ଶ୍ରାବଣ ମାସର ତୃତୀୟ ସୋମବାରରେ ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାରବାଙ୍କି ଜିଲ୍ଲାର ଅବସାନେଶ୍ୱର ମହାଦେବ ମନ୍ଦିରରେ ଦଳାଚକଟା । ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା । ୨୯ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଦୁଇ ମୃତକଙ୍କ ମଧ୍ୟରେ ଜଣେ ଲୋନିକାତ୍ରା ଥାନା ଅନ୍ତର୍ଗତ ମୁବାରକପୁର ଗାଁର ୨୨ ବର୍ଷୀୟ ପ୍ରଶାନ୍ତ ବୋଲି ଚିହ୍ନଟ କରାଯାଇଛି । ଶ୍ରାବଣ ମାସର ତୃତୀୟ ସୋମବାରରେ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ ଏହି ଅଘଟଣ ଘଟିଥିବା ନେଇ ପୁଲିସ ପ୍ରଶାସନ ସୂଚନା ଦେଇଛି