ସିଏମସି ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ପଦ ନିର୍ବାଚନ: ୯ଟି ଯାକ କମିଟିର ଅଧ୍ୟକ୍ଷ ଅଧ୍ୟକ୍ଷା ଘୋଷଣା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କଟକ ମହାନଗର ନିଗମର ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ପଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ବିଜୁ ଭବନରେ ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ୯ଟି ଯାକ କମିଟିର ଅଧ୍ୟକ୍ଷ ଅଧ୍ୟକ୍ଷା ଘୋଷଣା କରାଯାଇଥିଲା। ମେୟର ସୁବାସ ସିଂ କଣ୍ଟ୍ରାକ୍ଟ କମିଟିର ଅଧ୍ୟକ୍ଷ ହୋଇଥିବା ବେଳେ ଡେପୁଟି ମେୟର ଦମୟନ୍ତୀ ମାଝୀ ଟ୍ୟାକ୍ସ କମିଟି, ଦିପ୍ତୀମୟୀ ମୁଳିଆ ସ୍ୱାସ୍ଥ୍ୟ କମିଟି, ପ୍ରଦୀପ୍ତ ଖୁଣ୍ଟିଆ ପୂର୍ତ୍ତ କମିଟି, ଅଶୋକ ଶର୍ମା ଯୋଜନା ଓ ସମନ୍ୱୟ କମିଟି, ମୋନାଲିସା ଦାସ ଶିକ୍ଷା ଓ ସଂସ୍କୃତି କମିଟି, ଏ ଶ୍ରୀଦେବୀ ଲାଇସେନ୍ସ ଓ ଅପିଲ କମିଟି, ପୂର୍ଣ୍ଣିମା ସ୍ବାଇଁ ପ୍ରତିଷ୍ଠାନ କମିଟି, ପ୍ରଳୟା ବେଉରା ଅଭିଯୋଗ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।

ପୂର୍ବରୁ କମିଟିର ସଦସ୍ୟ ସଦସ୍ୟା ନିର୍ବାଚନ ହୋଇଥିଲା। ଆଜିର ବୈଠକରେ କଂଗ୍ରେସର କର୍ପୋରେଟର ମାନେ ସାମିଲ ହୋଇ ନଥିଲେ। କଂଗ୍ରେସ କର୍ପୋରେଟରଙ୍କୁ ଗୋଟିଏ କମିଟି ଅଧ୍ୟକ୍ଷ ରଖିବାକୁ ଦାବି ରଖିଥିଲେ। କିନ୍ତୁ ତାହା ଗ୍ରହଣ ହୋଇ ନଥିବାରୁ ସେମାନେ ଅଧିବେଶନରୁ ଦୁରେଇ ଯାଇଥିଲେ।।

Leave A Reply

Your email address will not be published.