ନିୟମିତ ଟିକାକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ‘ୟୁୱିନ୍’ ପୋର୍ଟାଲ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନିୟମିତ ଟିକାକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ‘ୟୁୱିନ୍’ ପୋର୍ଟାଲ । ରାଜ୍ୟରେ ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହା ଆରମ୍ଭ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଏହି ପ୍ଲାଟଫର୍ମରେ ପିଲାଙ୍କୁ ଦିଆଯାଉଥିବା ଟିକା ସଂପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୟୁୱିନ୍ ପୋର୍ଟାଲରେ ଜଣେ ପିଲା କେଉଁ ଟିକା ନେଇଛି ତାହା ସଂପର୍କରେ ସୂଚନା ଉପଲବ୍ଧ ହେବ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସବୁ ତଥ୍ୟ ପାଇପାରିବେ। ଏଥିପାଇଁ ପିଲାଙ୍କ ପରିବାର ଲୋକଙ୍କୁ କୌଣସି ପ୍ରକାର ଆବେଦନ କରିବାକୁ ପଡ଼ିବ ନାହିଁ। ଟିକାକରଣ କେନ୍ଦ୍ରରେ କାର୍ଯ୍ୟରତ ଭାକ୍ସିନେଟର ଏହାର ତଥ୍ୟ ଅପଲୋଡ୍ କରିବେ।

ଏଥିପାଇଁ ଜିଲ୍ଲା ଆଇସିଏମାନଙ୍କର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେହିପରି ଅଗଷ୍ଟ ମାସ ସୁଦ୍ଧା ସାରା ରାଜ୍ୟରେ‘ୟୁୱିନ୍’ପୋର୍ଟାଲ ଆରମ୍ଭ ହୋଇଯିବ।  ପୋର୍ଟାଲ୍ ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିଲେ ଏଚ୍ଏଚ୍ଏମ୍ ଏମ୍‌ଡି ଡାକ୍ତର ବୃନ୍ଦା ଡି, ୟୁଏନ୍‌ଡିପି ଅଧିକାରୀ ଓ ଟିକା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ।

Leave A Reply

Your email address will not be published.