ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେଲା ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ, ସାମିଲ ହେଲେ ୪୬ କଣ୍ଟିଜେଣ୍ଟ ୯ ପ୍ରଜ୍ଞାପନ ମେଢ଼
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। 2 ବର୍ଷ ପରେ ହେଉଥିବା ଏହି ସମାରୋହ ରେ 46କଣ୍ଟିଜେଣ୍ଟ, 9ପ୍ରଜ୍ଞାପନ ମେଢ଼, 4ଟି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା. 2ବର୍ଷ ପରେ ପୂର୍ଣ୍ଣ ପ୍ୟାରେଡ ହୋଇଥିବାରୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି।
2 ବର୍ଷ ପରେ ହୋଇଛି ପୂର୍ଣ୍ଣାଙ୍ଗ ସାଧାରଣ ତନ୍ତ୍ର ଦିବସ. ମହାତ୍ମା ଗାନ୍ଧି ମାର୍ଗରେ ସକାଳ 8ଟା 30ମିନିଟ ରେ
ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିଥିଲେ. ତାପରେ ଆରମ୍ଭ ହୋଇଥିଲା ଚିତ୍ତା କର୍ଷକ ପ୍ୟାରେ।ପ୍ୟାରେଡ ପରିଚାଳନା କରିଥିଲେ କଳାହାଣ୍ଡି ASP, IPS ୟସ ପ୍ରତାପ ଶ୍ରୀମଲ। 46ଟି କଣ୍ଟିଜେଣ୍ଟ ପ୍ୟାରେଡରେ ଭାଗ ନେଇଥିଲେ. 24ଟି ସ୍କୁଲ ଛାତ୍ର ଛାତ୍ରୀ ଦଳ ଭାଗ ନେଇଥିଲେ. ମହର୍ଷି କଲେଜର ଛାତ୍ର ଛାତ୍ରୀ ଡେ଼ୟାର ଡେଭିଲ କଳା ପ୍ରଦର୍ଶନ କରିଥିଲେ।
ଚଳିତ ଥର 4ଟି ସାଂସ୍କୃତିକ ଦଳ ଭାଗ ନେଇଥିଲେ. ମୁଖ୍ୟ ଆକର୍ଷଣ ଥିଲା ବଜାଶାଲ, ଘୁମୁରା ଦଳ. ସେହିପରି 9ଟି ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଥିଲେ. ମିଲେଟ ମିଶନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗଣ ଶିକ୍ଷା ବିଭାଗ ଆଦି ସ୍ଥାନ ପାଇଥିଲେ। 2 ବର୍ଷ ପରେ ଦର୍ଶକ ଏହି ପ୍ୟାରେଡ଼ କୁ ଉପଭୋଗ କରିଥିଲେ. ବିଶେଷ କରି ଛାତ୍ର ଛାତ୍ରୀ ମାନେ ପରିବାର ସହ ମଜା ନେଇଥିଲେ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ।ପ୍ୟାରେଡ କାର୍ଯ୍ୟକ୍ରମ ପାଇଁ 30ପ୍ଲାଟୁନ ପୋଲିସ ଓ 200 ଅଫିସର ମୂତୟନ ହୋଇଥିଲେ. ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା. ମହାତ୍ମା ଗାନ୍ଧୀ ମାର୍ଗ CCTV ସର୍ଭେଲାନ୍ସ ରେ ରଖାଯାଇଥିଲା।