ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଯଶୱନ୍ତ ସିଂ ହେବେ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଯଶୱନ୍ତ ସିଂ ହେବେ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି। ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ଗତକାଲି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ଏବେ ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଯଶୱନ୍ତ ସିଂ।ଜଷ୍ଟିସ ସିଂ ପୂର୍ବରୁ ପଞ୍ଜାବ ହରିୟାଣା ହାଇକୋର୍ଟରେ କାର୍ଯ୍ୟରତ ଥିଲେ। ୨୦୨୧ ମସିହା ଅକ୍ଟୋବର ୮ ତାରିଖରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଜଷ୍ଟିସ ଯଶୱନ୍ତ ସିଂ।

ଓଡିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସିଂଙ୍କ ନାମକୁ ପୂର୍ବରୁ ଗତ ସେପ୍ଟେମ୍ବର ୨୮ ରେ କଲେଜିୟମ ସୁପାରିଶ କରିଥିଲେ। ତେବେ ବୁଧବାର ଅନୁଷ୍ଠିତ ସୁପ୍ରିମକୋର୍ଟଙ୍କ କଲେଜିୟମରେ ପୂର୍ବ ସୁପାରିଶକୁ ପରିବର୍ତ୍ତନ କରାଯାଇ ଜଷ୍ଟିସ ଯଶୱନ୍ତ ସିଂଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି। ୧୯୬୧ ମସିହା ଫେବୃଆରୀ ୨୩ ରେ ରୋହତକରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ଯଶୱନ୍ତ ସିଂ।

Leave A Reply

Your email address will not be published.