ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଡିଭାଇଡ଼ର ଭାଙ୍ଗି ରାସ୍ତା ଉପରେ ଓଲଟିଲା ବସ। ରାଜଧାନୀ ସତ୍ୟନଗର ପେଟ୍ରୋଲ ପମ୍ପ ସାମ୍ନାରେ ବାସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସରେ କେବଳ ଡ୍ରାଇଭର ଓ କଣ୍ଡକ୍ଟର ରହିଥୁବା ବେଳେ ଡ୍ରାଇଭରଙ୍କ ହାତରେ ଆଘାତ ଲାଗିଥିବା ଜଣାପଡିଛି। ବସରେ କେହି ଯାତ୍ରୀ ନଥିବା ନେଇ ସୂଚନା।
ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଆଡକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା। ଡ୍ରାଇଭର ମଦ ପିଇଥିବା ନେଇ ସନ୍ଦେହ କରାଯାଉଛି । ପ୍ରଥମ ପର୍ଯ୍ୟୟରେ pcr ଟିମ ଦ୍ୱାରା ଡ୍ରାଇଭରଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି।