ମାଟିଲଗ୍ନା ତରଫରୁ ରାଜ୍ୟସ୍ତରୀୟ ସାରହ୍ବତ ସମାବେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଟିଲଗ୍ନା ତରଫରୁ ରାଜ୍ୟସ୍ତରୀୟ ସାରହ୍ବତ ସମାବେଶ | ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ନର୍ଲା ଠାରେ ମାଟିଲଗ୍ନା ସାହିତ୍ଯ ସଂସଦ, ଓଡିଶାର ରାଜ୍ୟ ସ୍ତରୀୟ ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ।

ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯ ଅତିଥି ସନ୍ତୋଷ କୁମାର ଶତପଥୀ,ମୁଖ୍ଯ ବକ୍ତା ଶ୍ରୀଯୁକ୍ତ ଅଧ୍ଯାପକ ଦାଶରଥି ଆଚାର୍ଯ୍ଯ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସର୍ଗୀ ବାଗ ଏବଂ ହାଇସ୍କୁଲର ପ୍ରଧାନ ଶିକ୍ଷିକା ଅର୍ଚ୍ଚନା ଦାଶ, ମୁଖ୍ୟ ଉପଦେଷ୍ଠା ନୂରାବତୀ ସାହୁ, ଉପଦେଷ୍ଠା ନରସିଂହ ପ୍ରସାଦ ନାୟକ, ଅଧ୍ୟାପିକା ବାସନ୍ତୀ ସାହୁ, ଉପସ୍ଥିତ ହୋଇ ଓଡ଼ିଆ ଭାଷା ସାହିତ୍ଯ, ସଂସ୍କୃତି ସମ୍ବନ୍ଧରେ ସାରଗର୍ଭକ ମାର୍ଗ ଦର୍ଶନ ଦେଇଥିଲେ ।ଅନ୍ଯ ମାନଙ୍କ ମଧ୍ଯରେ ଉପଦେଷ୍ଟା ଡକ୍ଟର କିଶୋର ଚନ୍ଦ୍ର ତ୍ରିପାଠୀ,ରାଜ୍ଯ ସଂଯୋଜକ ରାଜେନ୍ଦ୍ର ଦୁରିଆ,ମୋହନ ଭଟ୍ଟ ମଞ୍ଚାସୀନ ଥିଲେ ।

କବିତା ପାଠ ସହ ଗଣପତି ନାୟକ, ଲିଙ୍ଗରାଜ ମିଶ୍ର,ମନୋଜ ଷଡ଼ଙ୍ଗୀ, କାମିନୀ କିନ୍ନର, ମଧୁସୂଦନ ରାଉତ,ଶାନ୍ତି ମାଝୀ,ରଘୁନାଥ ସେଠୀ,ଗୌରଚନ୍ଦ୍ର ମହାରଣା,ସୁଶାନ୍ତ କୁମାର ମିଶ୍ର, ସନ୍ତୋଷ କୁମାର କର,କୁମୁଦ ଚନ୍ଦ୍ର ନାୟକ, ପୁରୁଷୋତ୍ତମ ପ୍ରଧାନ, ଗୀତାଞ୍ଜଳି ମହାନ୍ତି,ଭାଗୀରଥୀ ସିଂହ, ଯଜ୍ଞସେନ ପ୍ରଧାନ, କୈଳାସ ଚନ୍ଦ୍ର ସ୍ବାଇଁ,କ୍ଷିତିଶ ଚନ୍ଦ୍ର ମାଝୀ,ମଧୁସ୍ମିତା ମିଶ୍ର ତଥା ଅନେକ ସାରସ୍ବତ ସାଧକ,ସାଧିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଆଞ୍ଚଳିକ ନୣତ୍ୟ ପରିବେଶଣ କରାଯାଇଥିଲା

Leave A Reply

Your email address will not be published.