ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନାରୀ କବି କୁନ୍ତଳା କୁମାରୀ ସାବତଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଆଜି ବାଲେଶ୍ୱରରେ ଅନାବରଣ କରାଯାଇଛି।

କୁନ୍ତଳା କୁମାରୀ ସାବତଙ୍କ ନାମରେ ନାମିତ ବାଲେଶ୍ୱରସ୍ଥିତ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ପରିସରରେ ଆଜି ଅପରାହ୍ନରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପାତ୍ରଙ୍କ ଦ୍ୱାରା ଅନାବରଣ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ମହାନ ନାରୀ କବି ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ ସୃଜନୀ ଶକ୍ତି ଦ୍ୱାରା ଯେଉଁ ସମ୍ଭାର ସୃଷ୍ଟି ହୋଇଛି ଏଥି ପ୍ରତି ଆଗାମୀ ପିଢ଼ି ସହିତ ସ୍ଥାନୀୟ ଅଞ୍ଚଳବାସୀ ଅବଗତ ହେବା ସହ କବିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିପାରିବେ ବୋଲି ବାର୍ତ୍ତା ରଖିଥିଲେ I

ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷା ଡ଼. ସୁବ୍ରତା ଦେବାଙ୍ଗନା ସଂଯୋଜନା କରିବା ସହିତ ସ୍ୱାଗତ ଜଣାଇଥିଲେ I ୧୦ ଫୁଟ ଉଚ୍ଚତାରେ ନିର୍ମିତ ଏହି ପ୍ରତିମୂର୍ତ୍ତିଟି ୧୫ ଲକ୍ଷ ୮୭ ହଜାର ଟଙ୍କା ବ୍ୟୟରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ରାଜ୍ୟ ପ୍ରତ୍ନତତ୍ୱ ସଂସ୍ଥା ଦ୍ୱାରା ସମ୍ପୂର୍ଣ କରାଯାଇଅଛି I ରାଜ୍ୟ ପ୍ରତ୍ନତତ୍ୱ ସଂସ୍ଥାର ଅଧିକ୍ଷକ ଶ୍ରୀଯୁକ୍ତ ଅଶ୍ୱିନୀ ଶତପଥୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ I ଅନାବରଣ ଉତ୍ସବ କାର୍ଯ୍ୟକ୍ରମ ପରେ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି I ଏହା ସହିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ତଥା ପୁରାତନ ସଂସଦ କର୍ମକର୍ତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.