ଫରେଷ୍ଟ ଭିଜିଲାନ୍ସ ରେଡ୍ମୂ: ଲ୍ୟବାନ କାଠ ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫରେଷ୍ଟ ଭିଜିଲାନ୍ସ ରେଡ୍।ମୂଲ୍ୟବାନ କାଠ ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୟକାଣଡିହି ଥାନା ଦଣ୍ଡି ଗ୍ରାମରେ ଆଜି ଅପରାହ୍ନରେ ବନବିଭାଗ ଭିଜିଲାନ୍ସ ଟିମ୍ ପକ୍ଷରୁ ଏକ ବେଆଇନ କରତ କଳ ଉପରେ ଚଢାଉ କରାଯାଇଥିଲା।

ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ ଚଢାଉ କରି ୧୦୦sqftର ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ଜବତ କରିଛି।ଯାହାର ଆନୁମାନିକ ମୂଲ୍ୟ ଆଠ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।ବିନା ଲାଇସେନ୍ସରେ ଆଇନ ଉଲଙ୍ଘନ କରି ଏହି କଳା କାରନାମା ଚାଲିଥିଲା।

ଘଟଣାରେ କେହି ଗିରଫ ହୋଇନଥିଲା ବେଳେ ବନବିଭାଗ କେସ୍ ନଂ ୧୬ ଏବଂ୧୭’ ୨୩-୨୪ ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାଯାଇଛି।

Leave A Reply

Your email address will not be published.