ଚୋରା କରତକଳ ଉପରେ ବନବିଭାଗର ଚଢାଉ, ଯନ୍ତ୍ରାଂଶ ସହ କାଠ ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚୋରା କରତକଳ ଉପରେ ବନବିଭାଗର ଚଢାଉ, ଯନ୍ତ୍ରାଂଶ ସହ କାଠ ଜବତ | ଚୋରା କରତକଳ ଉପରେ ଆଜି ବନବିଭାଗ ଚଢାଉ କରି ବିପୁଳ ପରିମାଣ କାଠ ସହିତ ବ୍ୟବହୃତ ଯନ୍ତ୍ରାଂଶକୁ ଜବତ କରିଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ବନାଞ୍ଚଳ ଅଧିନ କରଞ୍ଜଆଡିଆ ପଞ୍ଚାୟତର ଦାଣ୍ଡି ଗ୍ରାମରେ ଚାଲିଆସୁଥିବା ଚୋରାକରତକଳ ଉପରେ ଆଜି ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ।

ଚଢାଉ କରିବା ସମୟରେ କରତକଳର କର୍ମଚାରୀ ଓ ମାଲିକ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ଏହି ଚଢାଉରେ ରେଞ୍ଜର କପିଳେନ୍ଦ୍ର ପ୍ରଧାନ, ସଦର ଫରେଷ୍ଟର ସୁଚିସ୍ମିତା ମହାନ୍ତି, ଫରେଷଷ୍ଟର ସୁଶିଲ ସିଂ, ଭିଜିଲାନ୍ସ ଏସିଏଫ ତପନ ପରିଡା, ବାଲେଶ୍ୱର ଡିଏସପି ସିକନ୍ଦର ହେମ୍ରୁମ, ଭଦ୍ରକ ଡିଏସପି ଦୁଷ୍ମନ୍ତ ନାୟକପ୍ରମୁଖଙ୍କ ସମେତ ବନବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ତେେବେ ଏହି ଚୋରା କରତକଳ ବାସୁଦେବପୁର ଓ ଚାନ୍ଦବାଲି ସୀମାନ୍ତ ଅଞ୍ଚଳରେ ଥିବାରୁ ଏହା ଉପରେ ବନବିଭାଗର ନଜର ପଡିପାରିନଥିଲା ।

ଯାହାଫଳରେ ଦିର୍ଘ କୋଡିଏ ବର୍ଷରୁ ଉର୍ଦ୍ଧ ସମୟଧରି ବେଧଡକ ଭାବରେ ଚୋରା କାଠର ବ୍ୟବସାୟ ଚଳାଇ ଆସୁଥିଲେ ବୋଲି ସୂଚନା ମିଳିଛି । ଆଜିର ଚଢାଉରେ ୮୪୦୪୨ସିପ୍ଟ କାଠ ଜବତ କରାଯିବା ସହିତ ବାସୁଦେବପୁର ବନବିଭାଗ ମାମଲା ନଂ ୦୭/୨୩ବୋଲି ଜାଣିବାକୁ ମିଳିଛି ।

Leave A Reply

Your email address will not be published.