ଅସଭ୍ୟ ଭାଷାରେ ଗାଳିକୁ ବିରୋଧ କରିବାକୁ ନେଇ ମରଣାତ୍ମକ ଆକ୍ରମଣ ପୁଲିସ ଚୁପ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅସଭ୍ୟ ଭାଷାରେ ଗାଳିକୁ ବିରୋଧ କରିବାକୁ ନେଇ ମରଣାତ୍ମକ ଆକ୍ରମଣ ପୁଲିସ ଚୁପ୍। ସେଦିନ ଥିଲା ରବିବାର ସମୟ ୩.୩୦ ପାଖାପାଖି ପୂର୍ବ ଦିନ ଭଳି ଅସଭ୍ୟ ଭାଷା, ଚୌଉଦ ପୁରୁଷ ଉଦ୍ଧାରକରି ସୋଧା ଆରମ୍ଭ କରୁଥିବା ବେଳେ ନାଥ ଘର ର ମହିଳା ମାନେ କାହିଁକି ଏଭଳି ହେଉଛୁ କହି ବାରୁ ତାଙ୍କୁ ନାଲି ଆଖି ଦେଖାଇ ଥିଲା |

ସେହି ଗାଁ ର ଯୁବକ ପିତାମ୍ବର ସା ଓରଫ ପିତା। ଯାହାକୁ ନେଇ ବାରମ୍ବାର ଏଭଳି ଅସଭ୍ୟ ଭାଷା ଗାଳି ଗୁଲଜ କରୁଥିବା ନେଇ ନୀଳମଣି ନାଥ ସୋସ ଥାନା ରେ ଏକ ଅଭିଯୋଗ କରିଥିଲେ । ଯାହାକୁ ପିତା ଜାଣି ପାରିବା ପରେ ପ୍ରତି ଶୋଧ ପରାୟଣ ହୋଇ ଉଠିଥିଲା। ଏହା ପରେ ଗୋଟିଏ ବାଡି ରେ ନୀଳମଣି ନାଥର ଛାତି ଓ ଅଣ୍ଟା କୁ ଶକ୍ତ ପ୍ରହାର କରି ଅଚେତ୍ କରିଥିଲା।

ସଙ୍ଗେ ସଙ୍ଗେ ପରିବାର ଲୋକେ ନୀଳମଣି କୁ ମେଡିକାଲ ନେଇ ଥିବାରୁ ଡାକ୍ତର ତାଙ୍କୁ ଚିକିତ୍ସା ଜାରି ରଖିଛନ୍ତି। ହେଲେ ଏଭଳି ଅମାନୁଷିକ କାର୍ଯ୍ୟ ଭିଆଇ ଥିବା ପିତା ଶା କୁ ସୋସ ପୋଲିସ ଥାନା କୁ ଡକାଇ ପୁଣି ଛାଡ଼ି ଦେଇଥିବାରୁ ଏବେ ଗାଁ ରେ ହିରୋ ଗିରି ଦେଖାଇ ନୀଳମଣି ନାଥ ପରିବାର କୁ ମାରିବାକୁ ଛକୁ ଥିବା ପିତା କୁ କେବେ ପୋଲିସ ଧରିବ ଏବଂ ଗ୍ରାମ ରେ ଶାନ୍ତି ଫେରିବ ତାଙ୍କୁ ଅପେଷା।ଘଟଣା ଟି ପନ୍ଦାଡୋ ପଞ୍ଚାୟତ ତେନ୍ତୁଳିପଦୀ ଗ୍ରାମ ରେ ଘଟିଛି।

Leave A Reply

Your email address will not be published.