ସମ୍ପତ୍ତି ପାଇଁ ଆକ୍ରମଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମ୍ପତ୍ତି ପାଇଁ ଆକ୍ରମଣ। ଜମି ଜମା ବିବାଦକୁ କେନ୍ଦ୍ରକାରୀ ସଙ୍ଘବଧ ଭାବେ ଆକ୍ରମଣ l ସମ୍ପତି ଲୋଭରେ ରକ୍ତମୁଖା ସାଜିଲେ ପିଉସୀ ପୁଅ ଭାଇ l ରାସ୍ତାରେ ଗୋଡେଇ ଗୋଡେଇ ପିଟିଲେ ସ୍ୱାମୀ ସ୍ତ୍ରୀ ଓ ଛୋଟ ଛୋଟ ପିଲା ଦୁହିଁକୁ l ଘଟଣା ଘଟିଛି ସାଲେପୁର ଥାନା ବେତେଇ ଗ୍ରାମରେ l

ବେତେଇ ଗ୍ରାମର ଚନ୍ଦ୍ରଶେଖର ସାହୁ ଙ୍କ ଜମିରେ ଜମି ଚି଼ହ୍ନଟ ନକରି ତାଙ୍କ ପିଉସୀ ପୁଅ ଘର ନିର୍ମାଣ କରୁଥିଲେ ଏହାକୁ ବିରୋଧ କରିବାରୁ ସଂଘବଧ ଭାବେ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ଙ୍କୁ ଆକ୍ରମଣ କରିଥିଲେ l ଫଳରେ ଚନ୍ଦ୍ରଶେଖରଙ୍କ ମୁଣ୍ଡରେ ଗଭୀର କ୍ଷତ ହେବାସହ ତାଙ୍କ ପତ୍ନୀଙ୍କ ପିଠି ଓ ବେକରେ କ୍ଷତ ହୋଇଛି l

ଏହି ଜମି ଜମା ବିବାଦ ଅନେକ ଦିନ ଧରି ଚାଲିବା ସହ ବାରମ୍ବାର ପିଉସୀ ପୁଅ ଓ ତାଙ୍କ ପରିବାର ଭାଷା ଅଭାଷା ଗାଳିଗୁଲଜ କରନ୍ତି l ଏହି ବାବଦରେ ପୋଲିସ କୁ ବାରମ୍ବାର ଅଭିଯୋଗ କରଲେ ମଧ୍ୟ ସାଲେପୁର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆଜି ଏହି ରକ୍ତାକ୍ତ ପରିସ୍ଥିତି ସୄଟି ହୋଇଛି ବୋଲି କହିଛନ୍ତି ଚନ୍ଦ୍ରଶେଖର l

Leave A Reply

Your email address will not be published.